ଅଗଷ୍ଟ ୧୩ରେ ଲଘୁଚାପ : ପୂର୍ବ ଓ ଉତ୍ତର ଓଡିଶାରେ ଜଳ ପ୍ରଳୟ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନ ସମେତ ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି । ପାଣିପାଗ ବୈଜ୍ଞାନିକ ବିଶ୍ଵଜିତ ସାହୁଙ୍କ କହିବାନୁସାରେ ୧୩-୧୪ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ମୁହାଁ ହେବ। ଏହି ସମୟରେ ସୃଷ୍ଟି ହେଉଥିବା ଲଘୁଚାପର ଦକ୍ଷିଣ ଓ ପଶ୍ଚିମ ପଟକୁ ଅଧିକ ବର୍ଷା ହୋଇଥାଏ । ଉତ୍ତର ଓଡ଼ିଶା ଓ ଏହାର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ସଂଲଗ୍ନ ଉପକୂଳ ଓଡ଼ିଶାରେ ୧୩ରୁ ୧୫ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ସେହିପରି ୧୪ରୁ ପଶ୍ଚିମ ପଟେ ବି ବର୍ଷା ବଢ଼ିବା ସମ୍ଭାବନା ଅଛି। ପଶ୍ଚିମ ଓଡ଼ିଶା ଏବଂ ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ୧୫-୧୬ ତାରିଖ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ହେବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ। ସକାଳବେଳା ଗୁଳୁଗୁଳି ଅଧିକ ରହିପାରେ।

ଅଧିକ ପଢନ୍ତୁ