ଆଜି କପିଳାସ ଛକ ଠାରେ ରାୟଗଡ଼ା ଯୁବମୋର୍ଚ୍ଚା ତଥା ଯୁବ ନେତା ପ୍ରିତମ କୁମାର୍ ଙ୍କ ନେତୃତ୍ବରେ ନାରୀ ଶକ୍ତି ବନ୍ଧନ ଅଧିନିୟମକୁ ସମର୍ଥନ କରି କଂଗ୍ରେସ୍ ଓ ବିଜେଡ଼ିଙ୍କ ବିରୋଧରେ ଜିଲ୍ଲାର ବହୁ ସଂଖ୍ୟକ ଯୁବକ ଓ ଯୁବତୀମାନଙ୍କ ଅଂଶଗ୍ରହଣରେ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଆୟୋଜିତ ହୋଇଥିଲା, ଯେଉଁଥିରେ ଯୁବ ସମାଜ ନାରୀ ସଶକ୍ତିକରଣ ପ୍ରତି ଦୃଢ଼ ସମର୍ଥନ ଜଣାଇବା ସହ ବିପକ୍ଷ ଦଳମାନଙ୍କର ନୀତି ଓ ଭୂମିକାକୁ ତୀବ୍ର ଭାବରେ ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦିକା ଶତାବ୍ଦୀ ପାଳ ସହିତ ଜିଲ୍ଲା ର ଯୁବ କାର୍ଯ୍ୟକର୍ତ୍ତା ପୁରୁଷୋତ୍ତମ ଡଙ୍ଗରି, ସାନ୍ତୁନ ସୁବୁଦ୍ଧି, ସିଦ୍ଧାନ୍ତ ବିଡ଼ିକା, ଚିଣ୍ଟୁ, ଗୋବିନ୍ଦ ଉଲ୍ଲାକା ଉପସ୍ଥିତ ଥିଲେ l ଏହି ବିକ୍ଷୋଭ ସମୟରେ ଯୁବକ ଯୁବତୀ କଂଗ୍ରେସ୍ ଓ ବିଜେଡ଼ି ବିରୋଧରେ ଜୋରଦାର ନାରାବାଜି କରିବା ସହ କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକାଙ୍କ ସହ ତିନି ଜଣ ବିଧାୟକଙ୍କର କୁଶପୁତ୍ତଳିକା ଦାହ କରି ତାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ, ଯାହା ଆନ୍ଦୋଳନକୁ ଆହୁରି ଉତ୍ତେଜନାପୂର୍ଣ୍ଣ ପରିବେଶରେ ପରିଣତ କରିଥିଲା।ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ, ୨୦୨୪ ରେ ଲୋଢ଼ିଥିବା ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା,ଜିଲ୍ଲା ସମ୍ପାଦକ ଦେବାଶିଷ ପଣ୍ଡା, ତରୁଣ ଗରଡିଆ, ନାରୀ ନେତ୍ରୀ ମଞ୍ଜୁଳା ମିନିଆକା, ଷ୍ଟେଟ ଏକ୍ସ. ମେମ୍ବର ଅଶ୍ଵିନୀ କାଞ୍ଚଡ଼ା, ଜିଲ୍ଲା ମହିଳା ମୋର୍ଚ୍ଚା ନାରୀ ନେତ୍ରୀ ଲକ୍ଷ୍ମୀ ବୁରୁଡ଼ି, ଜିଲ୍ଲା ସମ୍ପାଦିକା ରଞ୍ଜିତା କୋରଡ଼ା ଏହି ଅବସରରେ କହିଥିଲେ ଯେ ନାରୀ ଶକ୍ତି ବନ୍ଧନ ଅଧିନିୟମ ଦେଶର ନାରୀମାନଙ୍କ ପାଇଁ ଏକ ଐତିହାସିକ ଓ ପରିବର୍ତ୍ତନଶୀଳ ପଦକ୍ଷେପ ହେବ, କିନ୍ତୁ କଂଗ୍ରେସ୍ ଓ ବିଜେଡ଼ି ଦଳ ଏହାକୁ ନେଇ ରାଜନୈତିକ ଅବରୋଧ ସୃଷ୍ଟି କରୁଛନ୍ତି, ଯାହା ପ୍ରତି ଯୁବ ସମାଜ ଏବେ ରାସ୍ତାରେ ତୀବ୍ର ପ୍ରତିବାଦ ଜଣାଉଛନ୍ତି।ଶେଷରେ, ଏହି ବିକ୍ଷୋଭ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହୋଇଥିବା ସହ ଆଗାମୀ ଦିନରେ ଏପରି ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୁବନେତା ପ୍ରିତମ ସଂକଳ୍ପ ନେଇଥିଲେ l
