ଆଜି ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ । ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ 

ମହମ୍ମଦ ଜୟନ୍ତୀ ବା ଇଦ୍ ମିଲାଦ୍ ଉନ୍ ନବି ହେଉଛି ଇସଲାମ ଧର୍ମର ପ୍ରତିଷ୍ଠାତା ମହାପୁରୁଷ ହଜରତ ମହମ୍ମଦଙ୍କର ଜନ୍ମଦିନ।ଏହି ଦିନ ମୁସଲମାନ ଭାଇଭଉଣୀମାନେ ମସଜିଦ୍ ଓ ଘରେ ବିଶେଷ ନମାଜ ପାଠ କରନ୍ତି, କୁରାନ୍ ପାଠ କରନ୍ତି ଏବଂ ମହମ୍ମଦଙ୍କ ଜୀବନୀ ଓ ଶିକ୍ଷା ସମ୍ପର୍ଣ୍ଣରେ ଆଲୋଚନା କରନ୍ତି।ସ୍ଥାନରେ ମହମ୍ମଦଙ୍କ ସ୍ମୃତିରେ ‘ଜୁଲୁସ୍’ ବା ଶୋଭାଯାତ୍ରା ବାହାର କରାଯାଏ।ଏହି ପର୍ବ ଶାନ୍ତି, ଭାଇଚାରା, ଦୟା ଏବଂ ମାନବିକତାର ବାର୍ତ୍ତା ଦିଏ।ମୁସଲମାନମାନଙ୍କର ସାମୁହିକ ଲଂଗର କାର୍ଯ୍ୟକ୍ରମ ମଧ୍ୟ ମସଜିଦରେ ଅନୁଷ୍ଠିତ ହୋଇଛି । ଘରେ ଘରେ ମଧ୍ୟ ସବୁ ମୁସଲମାନ ଭାଇମାନେ ଅତି ହସ ଉଲ୍ଲାସରେ ମହମ୍ମଦ ଜୟନ୍ତୀ ପାଳନ କରିଛନ୍ତି । ଅନ୍ୟପକ୍ଷେ ଇଦ ପାଇଁ ‘ଏକ୍ସ’ ରେ ଏକ ପୋଷ୍ଟ ଶେୟାର କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଇଦ ମୁବାରକ! ମିଲାଦ-ଉନ-ନବି ଅବସରରେ ଶୁଭେଚ୍ଛା। ମୁଁ ଆଶା କରୁଛି ଏହି ଅବସର ଆମ ଚାରିପାଖରେ ଅଧିକ ଏକତା ଏବଂ ଖୁସିକୁ ପ୍ରୋତ୍ସାହିତ କରୁ। ସମାଜକୁ ଅବଦାନ ଦେବା ଏବଂ କରୁଣା ଅଭ୍ୟାସ କରିବାର ଭାବନା ସର୍ବଦା ଆମକୁ ମାର୍ଗଦର୍ଶନ କରୁ।

ଅଧିକ ପଢନ୍ତୁ