ଆଜି ବିଶ୍ୱ ଡାକ ଦିବସ

ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ସାରା ବିଶ୍ୱରେ ପାଳନ କରାଯାଏ ବିଶ୍ୱ ଡାକ ଦିବସ । ଡାକସେବାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଦେଶ ଦେଶ ମଧ୍ୟରେ ଯୋଗାଯୋଗ ଓ ସହଯୋଗକୁ ମଜବୁତ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।୧୮୭୪ ମସିହା ଅକ୍ଟୋବର ୯ ତାରିଖରେ ସୁଇଜରଲ୍ୟାଣ୍ଡର ବର୍ଣ୍ଣଠାରେ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍’ (Universal Postal Union) ପ୍ରତିଷ୍ଠା ହୋଇଥିଲା। ଏହି ଦିନର ସ୍ମୃତିରେ ଏହା ପାଳନ କରାଯାଏ।ଅକ୍ଟୋବର ୧, ୧୮୫୪ରେ ଭାରତ ସରକାର ଡାକ ପାଇଁ ଏକ ବିଭାଗ ସ୍ଥାପନା କରିଥିଲେ। ଦେଶରେ ୧୭୬୬ରେ ଲର୍ଡ କ୍ଲାଇବଙ୍କ ଦ୍ୱାରା ସ୍ଥାପିତ ଡାକ ବ୍ୟବସ୍ଥାର ବିକାଶ ଓ୍ବାରେନ ହେଷ୍ଟିଙ୍ଗ୍ସ କରିଥିଲେ। ୧୭୭୪ରେ କୋଲକାତାରେ ସେ ଜିପିଓ ସ୍ଥାପନା କରିଥିଲେ। ଚେନ୍ନାଇ ଏବଂ ମୁମ୍ବାଇରେ ଜେନେରାଲ ପୋଷ୍ଟ ଅଫିସ୍‌ ୧୭୮୬ ଏବଂ ୧୭୯୩ରେ ହୋଇଥିଲା। ଏବେ ୧୪୨ଟି ଦେଶରେ ପୋଷ୍ଟା କୋଡ ଉପଲବ୍ଧ ରହିଛି। ଭାରତୀୟ ଡାକ ବିଭାଗ ପିନକୋର୍ଡ ନମ୍ବର ଆଧାରରେ ଡାକ ବିତରଣ ବ୍ୟବସ୍ଥା କାର୍ଯ୍ୟ କରେ। ପିନ୍‌କୋଡ୍‌ ନମ୍ବର ଅଗଷ୍ଟ ୧୫, ୧୯୭୨ରେ ହୋଇଥିଲା।

ଅଧିକ ପଢନ୍ତୁ