ଓଡିଶାରେ ଲାଗୁ ହେଲା ଭିବି-ଜି-ରାମଜି ।ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ‘ବିକଶିତ ଭାରତ-ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)’ ଯୋଜନାର ବିଜ୍ଞପ୍ତି ଜାରି କରିଛନ୍ତି।ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଥିବାବେଳେ ବର୍ତ୍ତମାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିସ୍ତୃତ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଆସନ୍ତା ଜୁଲାଇ ୧ ରୁ ଯୋଜନାଟି ରାଜ୍ୟରେ ଲାଗୁ ହେବ।ଏହି ଯୋଜନାର ଆଉ ଏକ ବିଶେଷତ୍ୱ ହେଉଛି ‘ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା’ (VGPP) ପ୍ରସ୍ତୁତି। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ନିଜ ଅଞ୍ଚଳର ଆବଶ୍ୟକତା ଓ ସମ୍ପଦ ଆଧାରରେ ବିକାଶ ଯୋଜନା ପ୍ରସ୍ତୁତ କରିବ ଏବଂ ସେହି ଯୋଜନା ଅନୁସାରେ କାମ ଚୟନ କରାଯିବ। ଏହା ଫଳରେ ଉପରୁ ତଳକୁ ଯୋଜନା ପ୍ରଣୟନ ପରିବର୍ତ୍ତେ ତଳସ୍ତରରୁ ଯୋଜନା ପ୍ରସ୍ତୁତିକୁ ପ୍ରାଧାନ୍ୟ ମିଳିବ।ଆବେଦନର ୧୫ ଦିନରେ କାମ ନ ମିଳିଲେ ମିଳିବ ବେକାର ଭତ୍ତା।ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯିବ।ଡିଜିଟାଲ୍ ନିରୀକ୍ଷଣ ଉପରେ ଗୁରୁତ୍ବ
