ଉମା ହେଲେ ପ୍ରଥମ ଓଡ଼ିଆ ମହିଳା ‘ଆଇରନ୍‌ମ୍ୟାନ’

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଖ୍ୟାତି ବଢ଼ାଇଲେ ଜଣେ ଓଡ଼ିଆ ମହିଳା । ଆମେରିକା ଫ୍ଲୋରିଡାର ଜ୍ୟାକସନଭିଲା ଠାରେ ଅନୁଷ୍ଠିତ ପ୍ରତିଯୋଗିତରେ ନିଜ ପାରଦର୍ଶିତା ଦେଖାଇ ଉମା ‘ଆଇରନ୍ ଓମ୍ୟାନ୍’ ଟାଇଟଲ୍ ହାସଲ କରିଛନ୍ତି ।ଆମେରିକାର ଜାକସନଭିଲରେ ଆୟୋଜିତ ‘ଆଇରନ୍‌ମ୍ୟାନ୍ ’ ପ୍ରତିଯୋଗିତାରେ ୩.୮ କି.ମି ସନ୍ତରଣ, ୧୮୦ କି.ମି ସାଇକେଲ ଚାଳନା ଏବଂ ୪୨ କି.ମି ଦୌଡକୁ ୪୦ ବର୍ଷୀୟା ଉମା ହାଜରା ୧୬ ଘଣ୍ଟା ୫୩ ମିନିଟ୍ ୧୬ ସେକଣ୍ଡରେ ସମ୍ପନ୍ନ କରିଥିଲେ । ଏଥିସହ ସେ ‘ଆଇରନମ୍ୟାନ’ ହେବାର ଗୌରବ ଲାଭ କରିଛନ୍ତି ।ଉମାଙ୍କ ନିଜ ଘର ହେଉଛି କଟକ କଲରାବାଙ୍କ ଗାଁରେ । ତାଙ୍କ ବାପା ମାଆ ଭୁବନେଶ୍ବର ପ୍ରଶାନ୍ତି ବିହାରରେ ରହୁଛନ୍ତି । ଉମା ଭୁବନେଶ୍ବର ୟୁନିଟ୍-୮ ଡିଏଭି ସ୍କୁଲର ଛାତ୍ରୀ । ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ମଧ୍ୟ । ଇନଫୋସିସରେ ଚାକିରି ପରେ ଏବେ ସେ ଆମେରିକାର ଫ୍ଳୋରିଡାରେ ରହୁଛନ୍ତି । ତାଙ୍କ ସଫଳତା ପାଇଁ ସ୍ବାମୀ ବିଶ୍ବଜିତ୍ ମିଶ୍ର ଏବଂ ୯ ବର୍ଷର ପୁଅ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ଅଧିକ ପଢନ୍ତୁ