କୋର୍ଟରେ ଯୁବକଙ୍କ ଆତଙ୍କରାଜ, ମାରଣାସ୍ତ୍ର ଧରି ଗୋଡାଉଥିବା ବେଳେ କାବୁ କରିଲେ ଆଇନଜୀବୀ

ବ୍ରହ୍ମପୁର କୋର୍ଟରେ ଜଣେ ଯୁବକଙ୍କ ଆତଙ୍କରାଜ । ମାରଣାସ୍ତ୍ର ଧରି ଗୋଡାଉଥିବା ବେଳେ କାବୁ କରିଲେ ଆଇନଜୀବୀ । ଆଇନଜୀବୀ ମାନେ ଯୁକକକୁ କାବୁ କରିବା ପରେ ପୋଲିସ ହସ୍ତାନ୍ତର କଲେ । କିଛି ସମୟ ପାଇଁ କୋର୍ଟ ପରିସରରେ ଭୟର ବାତାବରଣ ଦେଖିବାକୁ ମିଳିଛି।ପ୍ରାଥମିକ ତଦନ୍ତରୁ ସେ ଜଣେ ଗଛ କଟାଳି ବୋଲି ଜଣାପଡିଛି । ସେ ମାତ୍ରାଧିକ ନିଶାପନ କରି ଏଭଳି କାଣ୍ଡ ଘଟାଇଥିବା ନେଇ ଅନୁମାନ କରାଯାଉଛି । ତେବେ ତାଙ୍କୁ କୋର୍ଟ ଭିତରକୁ କେଉଁ ଠିକାଦାର ପଠାଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟପଟେ କୋର୍ଟ ପରିସରରେ ମାରଣାସ୍ତ୍ର ଧରି ବୁଲିବା ସହ ଲୋକଙ୍କୁ ଆତଙ୍କିତ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ପୂର୍ବରୁ ତାଙ୍କରି ନାମରେ କୌଣସି ଅପରାଧିକ ମାମଲା ନଥିବା ଜଣାପଡିଛି।

ଅଧିକ ପଢନ୍ତୁ