ପ୍ରକାଶ ପାଇଲା JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ

ପ୍ରକାଶ ପାଇଲା JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ । ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍ jeemain.nta.nic.in ଏବଂ nta.ac.inରୁ ଫଳାଫଳ ଜାଣିପାରିବେ।JEE ମେନ୍‌ ଦେଶର ସବୁଠାରୁ ବଡ଼ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଗୋଟିଏ। ପ୍ରତିବର୍ଷ, ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ପ୍ରବେଶ ପାଇଁ ଏହି ପରୀକ୍ଷା ଦିଅନ୍ତି।JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳରେ ଅନୁସାରେ, ଏଥର ୨୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି। ଏହାର ଅର୍ଥ ହେଉଛି JEE ମେନ୍ ୨୦୨୬ ସେସନ୍ ୨ରେ ୨୬ ଜଣ ପ୍ରାର୍ଥୀ ଟପ୍ପର ହୋଇଛନ୍ତି।JEE ମେନ୍ ୨୦୨୬ ସେସନ୍ ୨ ରେଜଲ୍ଟରେ ମୋଟ ୨୬ ପ୍ରାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସାଧାରଣ ବର୍ଗର ରହିଥିବା ବେଳେ ଜଣେ EWS ବର୍ଗର ଏବଂ ଜଣେ OBC/NCL ବର୍ଗର।

ଅଧିକ ପଢନ୍ତୁ