ଖୁବଶୀଘ୍ର ରଥ ଚକ ନିଲାମ ପ୍ରକ୍ରିୟା; ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ଶେଷ ହୋଇଛି ମହାପ୍ରଭୁଙ୍କ ଚଳିତ ବର୍ଷର ରଥଯାତ୍ରା । ସିଂହଦ୍ଵାର ସମ୍ମୁଖରେ ତିନିରଥ ଏବେ ଦଣ୍ଡାୟମାନ ରହିଛି । ଆଗାମୀ ଦୁଇ ସପ୍ତାହ ପରେ ପ୍ରତିବର୍ଷ ଭଳି ତିନି ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ । ତିନି ରଥର ଚକ, ପ୍ରଭା, ଗୁଜ ଏବଂ ଅସୁଆରୀକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ନିଲାମ କରାଯିବ ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବାକୁ ଥିବା ରଥ ଚକ ଓ ବିଭିନ୍ନ ଅଂଶର ନିଲାମୀରେ ଭାଗ ନେଇ ଏବଂ ନିଲାମୀରେ ସ୍ଥିର ମୂଲ୍ୟ ଦେଇ ଜଗନ୍ନାଥ ପ୍ରେମୀ ଅବା ଯେକୌଣସି ଅନୁଷ୍ଠାନ ରଥ ଚକ ସହିତ ରଥର ବିଭିନ୍ନ ଅଂଶ କିଣିପାରିବେ । ଜଗନ୍ନାଥ ପ୍ରେମୀ ଏବଂ ବିଭିନ୍ନ ଅନୁଷ୍ଠାନମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଯୋଗାଯୋଗ କରି ସମସ୍ତ ପ୍ରକ୍ରିୟାକୁ ଅନୁପାଳନ କରି ରଥ ଚକ ଏବଂ ରଥର ଅନ୍ୟାନ୍ୟ ଅଂଶ କିଣିପାରିବେ ।ଖୁବଶୀଘ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ଚଳିତବର୍ଷ ପାଇଁ ରଥ ଚକ ସହିତ ରଥର ଅନ୍ୟାନ୍ୟ ଅଂଶ ନିଲାମ ନେଇ ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟ ସ୍ଥିର କରାଯିବ ।

ଅଧିକ ପଢନ୍ତୁ