ଗଛ ଲଗାଇବାକୁ ଯାଇଥିଲେ। ଲୋକଙ୍କ ଆକ୍ରୋଶର ଶିକାର ହୋଇ ମାଡ଼ ଖାଇଲେ ବନ କର୍ମଚାରୀ। ବୃକ୍ଷରୋପଣ ବେଳେ ବନ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ ଲୋକ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଯୁବାମାଲ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା। ସୁଚନା ଅନୁଯାୟୀ, ଗତ କିଛି ଦିନ ତଳେ ଯୁବାମାଲ ଗାଁର ମୁଣ୍ଡାପଡ଼ାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବାବେଳେ ସେହି ସ୍ଥାନରେ ବୃକ୍ଷରୋପଣ ପାଇଁ ବନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଉଥିଲା। କାର୍ଯ୍ୟକୁ ଦେଖିବା ପାଇଁ ବନ କର୍ମଚାରୀ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ ଫରେଷ୍ଟରଙ୍କୁ ଠେଙ୍ଗାରେ ଗ୍ରାମବାସୀ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ପରେ ଫରେଷ୍ଟର ଅନ୍ୟ ସାଥୀ ଗାର୍ଡମାନଙ୍କୁ ଡକାଇଥିଲେ। କିନ୍ତୁ ସାଥି ଗାର୍ଡମାନେ ସେଠାରେ ପହଁଞ୍ଚିବା ପରେ ସେମାନଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଗାଁ ଲୋକେ ପିଟିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ତୁରେକେଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେଫେରାର ହୋଇଯାଇଛନ୍ତି।
