ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ

ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ ।ତିନିଦିନିଆ ଧର୍ମଘଟ ପାଇଁ ରବିବାର ବି ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି । ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ । ସପ୍ତାହକୁ ଦୁଇ ଦିନ ଛୁଟି ଦାବିରେ ୨୮ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗ୍ରାହକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ।ଏହି ଧର୍ମଘଟ୨୬ ସେପ୍ଟେମ୍ବର (ଚତୁର୍ଥ ଶନିବାର), ୨୭ ସେପ୍ଟେମ୍ବର (ରବିବାର) ପରେ ୨୮ ରୁ ୩୦ ସେପ୍ଟେମ୍ବର ଯାଏଁ ୩ ଦିନ ଧରି ହେବ । ତେଣୁ ନାଗରିକଙ୍କ ବ୍ୟାଙ୍କିଂ ସେବାକୁ ଗୁରୁତ୍ବ ଦେଇ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଗ୍ରାହକଙ୍କ ବ୍ୟାଙ୍କିଂ ଜରୁରୀ ବହୁ ଦିନ ଧରି ପ୍ରଭାବିତ ନ ହେଉ, ତେଣୁ ସମସ୍ତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ରିଜନାଲ ରୁରାଲ ବ୍ୟାଙ୍କ ରବିବାର ସାମାନ୍ୟ ଭାବେ କାମ କରିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସମସ୍ତ ବ୍ୟାଙ୍କ ଶାଖା, ଅଫିସ, ଏଟିଏମ ଲିଙ୍କ ଶାଖା ଏବଂ କରେନ୍ସୀ ଚେଷ୍ଟକୁ ୨୭ ସେପ୍ଟେମ୍ବର ରବିବାର ଚାଲୁ ରଖିବାକୁ ମଞ୍ଜୁରୀ ଦେଇଛି ।

ଅଧିକ ପଢନ୍ତୁ