ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଇତିହାସରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ନୂଆ ଇତିହାସ କରିଛି । ଜାପାନ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ମାତ୍ର ୨ ରନରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ନିଜ ନାମରେ ଏକ ବିଶ୍ୱ ରେକର୍ଡ଼ କରିଛି । ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୦୦ଟି ମ୍ୟାଚ୍ ଜିତିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ପାଲଟିଛି ।ଭାରତ ୨୯୧ଟି ମ୍ୟାଚରୁ ୨୦୦ ବିଜୟ ହାସଲ କରିଛି।୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋରେ ୫୦ତମ, ୨୦୨୨ରେ କଲକାତାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୦୦ତମ, ୨୦୨୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୫୦ତମ ବିଜୟ ହାସଲ କରିଥିଲା। ଭାରତ ପଛକୁ ପାକିସ୍ତାନ ୧୭୪ଟି ବିଜୟ ସହ ୨ୟ, ନ୍ୟୁଜିଲାଣ୍ଡ ୧୩୭ଟି ବିଜୟ ହାସଲ କରି ୩ୟ ସ୍ଥାନରେ ରହିଛି।
