ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ

ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ । ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ । ଏହା ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ୟୁରୋପିଆନ ସେଣ୍ଟର ଫର୍ ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ (ECMWF) ।ମୌସୁମୀର ପ୍ରାରମ୍ଭ ସାଧାରଣତଃ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରୁ ହୋଇଥାଏ ଓ ଏ ବର୍ଷ ମଧ୍ୟ ଏହା ହିଁ ହେବ। କାରଣ ଆଗାମୀ ପାଣିପାଗ ପ୍ରାରମ୍ଭର ସଂକେତ ମିଳିଲାଣି। ଉପ ମୌସୁମୀ ପୂର୍ବାନୁମାନ ୬ ଦିନିଆ ଅବଧିର ସଂକେତ ଦିଏ, ଯାହା ମଧ୍ୟରେ ମୌସୁମୀ ଏହି କ୍ଷେତ୍ରକୁ ବଢିବ। ଏଥି ପାଇଁ ଦକ୍ଷିଣ ବଙ୍ଗୋପସାଗରରେ ଅନୁକୂଳ ବାୟୁମଣ୍ଡଳୀୟ ପାଗ ପ୍ରସ୍ତୁତ ହେଲାଣି। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ପୂର୍ବନୁମାନ ଅବଧି କାଳରେ ଆଣ୍ଡାମାନ ନିକୋବର ଦ୍ୱୀପରେ ୩୦-୬୦ ମିଲିମିଟରରୁ ଅଧିକ ବର୍ଷା ହୋଇ ପାରେ। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଏହି କ୍ଷେତ୍ରରେ ଉଷ୍ମ କଟିବନ୍ଧିୟ ପ୍ରଣାଳୀ ବିକଶିତ ହେବାର ସମ୍ଭାବନା ପାଖାପାଖି ୨୦-୪୦% ରହିଛି। ଏହି ପ୍ରଣାଳୀ କ୍ଷେତ୍ର ଆଡକୁ ଅତିରିକ୍ତ ଜଳକଣା ଆକର୍ଷିତ କରୁଥିବା ‘ବୁଷ୍ଟର’ ରୂପେ କାର୍ଯ୍ୟ କରିବ।

ଅଧିକ ପଢନ୍ତୁ