ଜୁଲାଇ ୧ରୁ ସାରା ଦେଶରେ ବଡ଼ ପରିବର୍ତ୍ତନ; ବଢ଼ିଲା ପାସପୋର୍ଟ ଫି, ଆଧାର ନିୟମରେ ବି ହେଲା ସଂଶୋଧନ

ଆଜିଠାରୁ ଦେଶରେ କେତେକ ନିୟମ ଲାଗୁ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିବ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ ଫିରେ କରାଯାଇଥିବା ବୃଦ୍ଧି ଜୁଲାଇରୁ ଲାଗୁ ହେବ । ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ପାଇଁ ଫି ୧୫୦୦ ଟଙ୍କାରୁ ବଢ଼ି ୨୫୦୦ ଟଙ୍କା ଏବଂ ୬୦ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ଫି ୨୦୦୦ ଟଙ୍କାରୁ ବଢ଼ି ୩୫୦୦ ଟଙ୍କା ହୋଇଛି । ତତ୍କାଳ ସେବା ଫି ଓ ପାସପୋର୍ଟ ବଦଳାଇବା ଫି ମଧ୍ୟ ବଢ଼ିଛି ।ଭାରତୀୟ ବିଶିଷ୍ଟ ଚିହ୍ନଟ ପ୍ରାଧିକରଣ (UIDAI) ଆଧାର କାର୍ଡରେ ପଞ୍ଜୀକୃତ ଇମେଲ୍ ଆଇଡି ଅପଡେଟ୍ କରିବା ପାଇଁ ଲାଗୁଥିବା ୭୫ ଟଙ୍କାର ଶୁଳ୍କକୁ ସାମୟିକ ଭାବେ ହଟାଇ ଦେଇଛି। ଏହି ସୁବିଧା ୧ ଜୁଲାଇରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ରହିବ। UIDAI ଅନୁଯାୟୀ, ଆଧାର ମୋବାଇଲ୍ ଆପ୍ ଜରିଆରେ ଇମେଲ୍ ଅପଡେଟ୍ କଲେ ଆଗାମୀ ଛଅ ମାସ ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୧ ଜୁଲାଇରୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଗ୍ରାହକମାନଙ୍କୁ ଭୁଲ୍ ତଥ୍ୟ ଦେଇ ଆର୍ଥିକ ଉତ୍ପାଦ ବିକ୍ରି କରିବା (Mis-selling) ଉପରେ ନୂଆ ନିୟମ ଲାଗୁ କରିବ। ଏହି ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଗ୍ରାହକଙ୍କୁ ଭୁଲ୍ ସୂଚନା ଦେଇ କୌଣସି ପ୍ରଡକ୍ଟ ବିକ୍ରି କରାଯାଇଛି, ତେବେ ତାଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ। ଏହାସହ ହୋଇଥିବା କ୍ଷତିର ସ୍ପେଶାଲ୍ କ୍ଷତିପୂରଣ ମଧ୍ୟ ଦିଆଯିବ। ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି।

ଅଧିକ ପଢନ୍ତୁ