ଦଳ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରିବୁ: ସର୍ବଦଳୀୟ ବୈଠକ ପରେ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା 

ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ଏମଏମଡିଆର ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ । ଆମେ ଅପେକ୍ଷା ବି କରିଛୁ, ନହେଲେ ଦଳ ଯାହା ନିଷ୍ପତ୍ତି ନେବ । ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ ଆମେ କାର୍ଯ୍ୟ କରିବୁ । ଗୃହ ଚାଲିବାରେ ସହଯୋଗ କରିବୁ କି ନାହିଁ ତାହା ଆମ ଦଳ ନିଷ୍ପତ୍ତି ନେବ ।ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ ବେଶ ସରଗରମ ହେବାକୁ ଯାଉଛି । ଶାସକ ବିରୋଧୀ ମୁହାଁମୁହିଁ ହେବେ ବୋଲି ଆଶା କରାଯାଉଛି । ଅଧିବଶନରେ ମୋଟ ୯ଟି କାର୍ଯ୍ୟ ଦିବସ ରହିଛି । ତେବେ ମୌସୁମୀ ଅଧିବେଶନରେ ୬ଟି ବିଲ୍ ଆସିବ କହିଛନ୍ତି ସଂସଦୀୟ ମନ୍ତ୍ରୀ। MMDR କିମ୍ବା ଅନ୍ୟ ଯେଉଁ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ବିରୋଧୀ ଆଣିବେ ଆଲୋଚନା ହେବ। ବାଚସ୍ପତି ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ଆଲୋଚନା ହେବ। ରାଜ୍ୟର ସ୍ୱାର୍ଥ ସମ୍ବଳିତ ଯେକୌଣସି ଆଲେଚନା ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଅଧିକ ପଢନ୍ତୁ