ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ।ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୌରାଅଞ୍ଚଳରେ ସମସ୍ତ ଦହିବରା ଦୋକାନୀ, ବୁଲା ବିକାଳି, ଫାଷ୍ଟଫୁଡ ସେଣ୍ଟର ଉପରେ ଚଢାଉ କରିଛି ପ୍ରଶାସନ । ଏହାସହ ଆଗାମୀ ୭ ଦିନ ଯାଏଁ ଏହି ସବୁ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।ସେହିପରି ବୁଲା ବ୍ୟବସାୟୀଙ୍କୁ ବାରଣ ମଧ୍ୟ କରାଯାଇଛି । ଅନ୍ୟପଟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୭ ଆକ୍ରାନ୍ତ । ଦଶରଥପୁର ବ୍ଲକର ୭ଟି ଗାଁରପ୍ରାୟ ୯୦ରୁ ଅଧିକ ଲୋକ ଦହିବରା ଖାଇ ଝାଡାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତଙ୍କୁ ଦଶରଥପୁର ଓ ମଙ୍ଗଳପୁର ସିଏଚସି ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଥିଲା । ତେବେ ୭୨ ବର୍ଷୀୟା ସୁନ୍ଦରୀ ଜେନାଙ୍କ ମୃତ୍ୟୁ ହୋଇଥିଲା
