ଦୀର୍ଘବର୍ଷ ଧରି ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ହୋଇନଥିଲେ ଅଚଳ ହୋଇଯିବ ଗାଡ଼ିର ପଞ୍ଜୀକରଣ

ବାହାନ ଡାଟାବେସ୍ ବର୍ଗୀକରଣ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ନୂଆ ନିୟମ । ଦୀର୍ଘବର୍ଷ ଧରି ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ହୋଇନଥିଲେ ଅଚଳ ହୋଇଯିବ ଗାଡ଼ିର ପଞ୍ଜୀକରଣ । ବାହନ ଡାଟାବେସ୍‌ର ହେବ ବର୍ଗୀକରଣ। ଯାହାଫଳରେ ରାଜ୍ୟରେ ଏବେ ପାଖାପାଖି ୮ଲକ୍ଷ ଗାଁଡ଼ି ଏହି ନୂଆ ନିୟମ ଦ୍ବାରା ପ୍ରଭାବିତ ହେବାକୁ ଯାଉଛନ୍ତି ।

ନୂଆ ନିୟମ ଅନୁସାରେ, ଗାଡ଼ିଗୁଡିକୁ ପରମାନେଣ୍ଟ ଆର୍କାଇଭ, ଟେମ୍ପରାରି ଆର୍କାଇଭ୍, ଆକ୍ଟିଭ୍ ନନ୍-କମ୍ପ୍ଲାଏଣ୍ଟ, ଆକ୍ଟିଲ୍‌ କମ୍ପ୍ଲାଏଣ୍ଟ ଏପରି ୪ ଭାଗରେ ବିଭକ୍ତ କରାଯାଇଛି । ଅଣବାଣିଜ୍ୟିକ ଗାଡ଼ିଗୁଡ଼ିକ ମଧ୍ୟରେ ୧୫ ବର୍ଷରୁ କମ୍ ପୁରୁଣା ଗାଡ଼ିର ୨ ବର୍ଷରୁ କମ୍ ସମୟ ଧରି ପିୟୁସିସି କିମ୍ବା ବୀମା ହୋଇ ନଥିଲେ ତାହାକୁ ଆକ୍ଟିଭ୍ ନନ୍-କମ୍ପ୍ଲାଏଣ୍ଟ ବର୍ଗରେ ନିଆଯିବା ଅର୍ଥାତ୍ ଉକ୍ତ ଗାଡ଼ିଗୁଡ଼ିକ ସକ୍ରିୟ ଅଛନ୍ତି, କିନ୍ତୁ କୌଣସି କାଗଜପତ୍ର କରିନାହାନ୍ତି ବୋଲି ଧରାଯିବ।ସେହିପରି ଯଦି ବୀମା ଅବଧି ୨ବର୍ଷରୁ ଅଧିକ ଓ ୩ବର୍ଷରୁ କମ୍ ଥାଏ, ତାହାକୁ ଟେମ୍ପରାରି ଆର୍କାଇଭ୍ ଅର୍ଥାତ୍ ଅସ୍ଥାୟୀ ଭାବେ ସଡ଼କ ପାଇଁ ଅନୁପ‌ଯୁକ୍ତ ବୋଲି ଧରିନିଆଯିବ । ବୀମା ଓ ପିୟୁସିସି କରିବା ପରେ ସେମାନେ ଆକ୍ଟିଭ୍ କମ୍ପ୍ଲାଏଣ୍ଟ ବର୍ଗକୁ ଆସିଯିବେ । ଯେଉଁମାନେ ପିୟୁସିସି କିମ୍ବା ବୀମା ୩ବର୍ଷରୁ ଅଧିକ ସମୟ ଧରି କରିନାହାନ୍ତି ସେମାନଙ୍କୁ ପର୍ମାନେଣ୍ଟ ଆର୍କାଇଭ୍ ବର୍ଗର ରଖାଯିବ।ଭାରତ ସରକାରଙ୍କ ସଡ଼କ ପରିବହନ ଜାତୀୟ ରାଜପଥ ମନ୍ତ୍ରଣାଳୟ ଏହି ନୁଆ ପଦକ୍ଷେପ ହାତକୁ ନେଇଛନ୍ତି । ଏହାକୁ ଏପ୍ରିଲ ୧ ରୁ କାର୍ଯ୍ୟକାରୀ କରିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅବଗତ କରାଯାଇଛି ।

ଅଧିକ ପଢନ୍ତୁ