ବଢିଲା ଆମେରିକା -ଇରାନ୍ ଅସ୍ତ୍ରବିରତି

ହର୍ମୁଜ୍ ପ୍ରଣାଳୀ ଉପରେ ଘନିଷ୍ଠ ହେଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଇରାନ ଆମେରିକା ନିକଟରେ ପ୍ରସ୍ତାବ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ ଏବଂ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧବିରତି ବଳବତ୍ତର ରହିବ। କିନ୍ତୁ ସାମୁଦ୍ରିକ ନାକାବନ୍ଦୀ ଜାରି ରହିବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶଲ ଅସୀମ ମୁନୀରଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଇରାନ ନେତାମାନେ ଏହି ବିବାଦର ସମାଧାନ ପାଇଁ ଏକ “ସମ୍ମିଳିତ ପ୍ରସ୍ତାବ” ଉପସ୍ଥାପନ କରିବାକୁ ସମୟ ପାଇବେ । ବୋମା ମାଡ଼ ବନ୍ଦ ହୋଇଥିଲେ ମଧ୍ୟ ଇରାନ ବନ୍ଦରଗୁଡ଼ିକ ଉପରେ ନୌସେନା ଅବରୋଧ ଜାରି ରହିଛି। ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ଆମେରିକା ସ୍ପଷ୍ଟ କରିଛି ।ଯୁଦ୍ଧବିରତି ବୃଦ୍ଧି କରାଯାଉଛି। ଏହାର ଅର୍ଥ ହେବ ନାହିଁ ଯେ ଯୁଦ୍ଧ ଶେଷ ହୋଇଛି ଏବଂ ଇରାନ ଟ୍ରମ୍ପ ସମେତ ସମଗ୍ର ଆମେରିକାକୁ ପରାସ୍ତ କରିଛି।

ଅଧିକ ପଢନ୍ତୁ