ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ ଡାକ୍ତରଖାନାରେ କଲେ ଭର୍ତ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ମାନବିକତା ଦେଖାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ ଡାକ୍ତରଖାନାରେ କଲେ ଭର୍ତ୍ତି ।ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀରୁ ଭୁବନେଶ୍ବର ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡ଼ି ରହିଥିବା ଜଣେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏହାସହ ସେ ନିଜେ ଡାକ୍ତରଖାନା ଯାଇ ତାଙ୍କର ଉଚିତ୍ ଚିକିତ୍ସା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଉକ୍ତ ବ୍ୟକ୍ତିର ଜୀବନ ବଞ୍ଚି ଯାଇଛି ।ଏହି ଘଟଣାରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଜ ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କୁ ଏକ ନିବେଦନ କରିଛନ୍ତି, “ଦୁର୍ଘଟଣା ସମୟରେ ପୀଡିତଙ୍କୁ ସହଯୋଗ କରିବା ଆମ ସମସ୍ତଙ୍କର ସାମାଜିକ ଓ ନୈତିକ ଦାୟିତ୍ୱ । କୌଣସି ପ୍ରକାର ଭୟ ନକରି ସଠିକ୍ ସମୟରେ ଆହତଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଆବଶ୍ୟକ । ଜଣଙ୍କର ଅମୂଲ୍ୟ ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କାର୍ଯ୍ୟ ଆଉ କିଛି ନାହିଁ । ମୁଁ ଆଜି ଏହି କାମ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆହତ ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।”

ଅଧିକ ପଢନ୍ତୁ