ନୟାଗଡ ଜିଲ୍ଲାସ୍ତରରେ ନୂତନ ମହିଳା କଂଗ୍ରେସ ସଭାନେତ୍ରୀଙ୍କୁ ଦାୟୀତ୍ବ ପ୍ରଦାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସୁପାରିଶକ୍ରମେ ସମଗ୍ର ନୟାଗଡ ଜିଲ୍ଲାସ୍ତରରେ ସଭାନେତ୍ରୀଙ୍କ ନାମ ଘୋଷଣା ସହ ସେମାନଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଥିବା ଜଣାଯାଇଛି।ନୟାଗଡ ଜିଲ୍ଲା ମହିଳା କଂଗ୍ରେସର ଉପ ସଭାନେତ୍ରୀ ଭାବେ ସୁଷମା ବେହେରା,ମମତା ସାହୁ,ଚପଳା ସାମନ୍ତରାୟ, ସୁଚିତ୍ରା ମହାଳିକ,ସୁଜାତା ଦାସ,ବାସନ୍ତୀ ପ୍ରଧାନ,ମମତାରାଣୀ ବାରିକ,ସୁଷମା ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଅହଲ୍ୟା ସାହୁ,ସରୋଜିନୀ ମହାନ୍ତି,ରଶ୍ମିତା ମହାନ୍ତି, ସରୋଜିନୀ ପରିଡା,କୁମୁଦିନୀ ମହାରଣା,ଖୁସି ବେଗମଙ୍କ ନାମ ଘୋଷଣା କରାଯାଇଛି।ସେହିପରି ସମ୍ପାଦକ ଭାବେ ଲିଲିବାଳା ନାଏକ,ଗୀତା ଦାସ,ମିନତୀ ପରିଡାଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଛି।ଖଣ୍ଡପଡା ବ୍ଲକ ସଭାନେତ୍ରୀ ଭାବେ ଲୀଳାବତୀ ପାଣି,ରଣପୁର ବ୍ଲକ ସଭାନେତ୍ରୀ ଭାବେ ପ୍ରତିମା ଜେନା,ଭାପୁର ବ୍ଲକ ସଭାନେତ୍ରୀ ଭାବେ ତପସ୍ଵିନୀ ମହାପାତ୍ର,ନୟାଗଡ ବ୍ଲକ ସଭାନେତ୍ରୀ ଭାବେ ରଶ୍ମିତା କୁମାରୀ ପଟ୍ଟନାୟକ,ଗଣିଆ ବ୍ଳକ ସଭାନେତ୍ରୀ ଭାବେ ଅମିତା ପରିଡା, ଦଶପଲ୍ଲା ବ୍ଲକ ସଭାନେତ୍ରୀ ଭାବେ ଜଲି ପ୍ରଧାନ ଓ ଓଡଗାଁ ବ୍ଲକ ସଭାନେତ୍ରୀ ଭାବେ ସୋନି ପ୍ରଧାନଙ୍କ ସମେତ ଖଣ୍ଡପଡ଼ା ନଗର କଂଗ୍ରେସର ସଭାନେତ୍ରୀ ଭାବେ ପ୍ରତିମା ସାହୁଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଥିବା ନେଇ ନୟାଗଡ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ବୈଜୟନ୍ତୀମାଳା ମହାନ୍ତିଙ୍କ ଠାରୁ ପ୍ରକାଶ। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ନୟାଗଡ ଜିଲ୍ଲାସ୍ତରରେ କଂଗ୍ରେସ ସଂଗଠନକୁ ତୃଣମୂଳସ୍ତରରୁ ସୂଦୃଢ କରିବାର ମହତ ଲକ୍ଷ୍ଯ ନେଇ ମହିଳାମାନଙ୍କୁ ଗୁରୁ ଦାୟୀତ୍ବ ପ୍ରଦାନ କରାଯାଇଥିବା ନେଇ ଏକ ପ୍ରେସ ଇସ୍ତାହାରରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ