ଜମୁଇ ପରେ ଏବେ ସମସ୍ତିପୁରରେ ସମାନ ଘଟଣା । ନାବାଳିକାଙ୍କୁ ଘେରିଯାଇ ଟଣାଘୋଷଡ଼ା କରୁଥିବା ଭିଡିଓ ଭାଇରାଲ୍ ପରେ ଆକ୍ରୋଶ ଦେଖା ଦେଇଛି ।କର୍ପୁରୀଗ୍ରାମ ପୁଲିସ ଷ୍ଟେସନ ଅଧୀନସ୍ଥ ଜଗତସିଂହ ପୁର ଗାଁ ଡାମ ବାଇପାସ ରୋଡରେ ଏହି ଅଭିଯୁକ୍ତମାନେ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ତୁରନ୍ତ ୪ ଜଣଙ୍କୁ ସେମାନଙ୍କ ଘରୁ ଗିରଫ କରିଛି ବୋଲି ସୂଚନା ଦେଇଛି।ପୁଲିସର ସୂଚନା ଅନୁସାରେ, ଭାଇରାଲ ଭିଡିଓରେ ଦେଖାଯାଉଥିବା ଦୃଶ୍ୟରେ ଦଳେ ଯୁବକ ଜଣେ ଯୁବତୀଙ୍କୁ ଘେରିଯାଇ ଅସଦାଚରଣ କରିବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଯୁବକ ଯୁବତୀଙ୍କ ବାହୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀ ହାତ ଛାଟି ଦେଇ ତାଙ୍କୁ ତାଙ୍କ ବାଟରେ ଛାଡ଼ିଦେବାକୁ ଅନୁରୋଧ କରୁଛନ୍ତି। ଅନ୍ୟ ଜଣେ ଯୁବକ ଯୁବତୀଙ୍କୁ ମାରୁଥିବାର ଦେଖାଯାଉଛି। ଯୁବତୀ ଜଣଙ୍କ ତାଙ୍କ ଭାଇଙ୍କୁ ଡାକିବେ ବୋଲି ଚେତାବନୀ ଦେବା ପରେ ଅନ୍ୟ ଜଣେ ଯୁବକ କହୁଛି ଡାକ କାହାକୁ ଡାକିବ।ମାମଲାରେ 4 ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ସନ୍ଧାନ ଜାରି ରହିଛି ।
ଦୁଇଦିନ ପୂର୍ବେ ଜମୁଇରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା । ଜଣେ ନାବାଳକ ଓ ତାଙ୍କ ନାବାଳିକା ବନ୍ଧୁଙ୍କୁ କିଛି ଲୋକ ଘେରିଯାଇ ହଇରାଣ କରିଥିଲେ । ଏମିତିକି ଅସାମାଜିକ ଯୁବକଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କୁ ଛାତିକୁ ଧରିଥିଲେ । ଅନ୍ୟଜଣେ ପଛରୁ ଧରି ଟେକି ନେଇଥିଲେ । ଯାହାର ଭିଡିଓକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ୱର ଉଠିଥିଲା । ପୋଲିସ ଆକ୍ସନ ନେଇ ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀଙ୍କୁ ଗିରଫ କରିଥିଲା । ଆଉ ଏବେ ସମାନ ଘଟଣା ସମସ୍ତିପୁରରୁ ଆସିବା ପରେ ନାରୀ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
