ପ୍ରକାଶ ପାଇଲା ରେଭେନ୍ସା ବିଶ୍ଵବିଦ୍ୟାଳୟ UG ପରୀକ୍ଷାଫଳ, ପାସ ହାର 91.98 %

ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତବର୍ଷ ମୋଟ ପାସ ହାର ୯୧.୯୮ ପ୍ରତିଶତ ରହିଛି । କଳାରେ ପାସ ହାର ୯୦.୯୪ ପ୍ରତିଶତ, ବିଜ୍ଞାନରେ ୯୦.୬୦ ପ୍ରତିଶତ, ବାଣିଜ୍ୟରେ ୯୪.୨୫ ପ୍ରତିଶତ ଓ ପ୍ରଫେସନାଲ ପାଠ୍ୟକ୍ରମରେ ପାସ ହାର ୯୩.୯୬ ପ୍ରତିଶତ ରହିଛି ।ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକ ବା UG ବିଭାଗରେ 26ଟି ବିଷୟ ରହିଛି । ଏଥିରେ 26 ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଛନ୍ତି । ତନ୍ମଧ୍ୟରେ 19 ଜଣ ଛାତ୍ରୀ ଓ 7 ଜଣ ଛାତ୍ର ଅଛନ୍ତି । ଏହା ବ୍ୟତୀତ 10 ଜଣ ପିଲାଙ୍କ ଫଳାଫଳ କିଛି ଯାନ୍ତ୍ରିକ ସମସ୍ୟା କାରଣରୁ ପ୍ରକାଶିତ ହୋଇପାରିନାହିଁ ।ବିଶ୍ଵବିଦ୍ୟାଳୟରେ ମୋଟ 1397 ଜଣ ୟୁଜି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ 1285 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିରୁ 739 ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ 691 ଜଣ ଛାତ୍ରୀ ପାସ କରିଛନ୍ତି । 

ଅଧିକ ପଢନ୍ତୁ