ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ ଲଗାଣ ବର୍ଷା

ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ପୁଣି ୭ ଦିନ ଯାଏ ରାଜ୍ୟରେ ଜାରି ରହିବ ବର୍ଷା । ୧୩ରୁ ବର୍ଷା ଅନୁପାତ ବଢିବ । କିଛି ଜିଲ୍ଲାରେ ପ୍ରବଳ ଵର୍ଷା ହେବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ ।ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା ପାଖାପାଖି ବାଙ୍ଗଲାଦେଶ ଉପରେ ଘୁର୍ଣ୍ଣିବଳୟ ରହିଛି । ସମୁଦ୍ର ପତନ ଠାରୁ ୪.୫ ରୁ ୪.୮ କିମି ଉଚ୍ଚତାରେ ଏହା ସକ୍ରିୟ ରହିଛି। ଆସନ୍ତା ୨୪ ଘଂଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ,ରାୟଗଡା, ନବରଙ୍ଗପୁର, ନୂଆପଡା, ଭଦ୍ରକ, ବାଲେଶ୍ୱର,ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ବିଜୁଳି ଘଡଘଡି ସହ ଵର୍ଷା ଓ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ୧୬ ତାରିଖ ଯାଏ ରାଜ୍ୟରେ କିଛି କିଛି ଅଂଚଳରେ ବର୍ଷା ସହ ପ୍ରବଳ ବର୍ଷା ପାଇଁ ମଧ୍ୟ ଚେତାବନୀ ଦେଇଛି ପାଣିପାଗ ବିଭାଗ।

ଅଧିକ ପଢନ୍ତୁ