ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଗୁଜୁରାଟର ବନତାରାରୁ ନନ୍ଦନକାନନକୁ ଆସିଛନ୍ତି ୪୦ରୁ ଅଧିକ ଜୀବଜନ୍ତୁ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଜେବ୍ରା, ୱାଲାବି, କଙ୍ଗାରୁ ଏବଂ କସୁଆରି ଭଳି ବିରଳ ଓ ଆକର୍ଷଣୀୟ ପ୍ରାଣୀ।ନନ୍ଦନକାନନ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ମାସକ ପରେ ସେମାନଙ୍କୁ ଖୁଆଡ଼କୁ ଅଣାଯିବ । ଯାହା ଫଳରେ ପର୍ଯ୍ୟଟକ ଏମାନଙ୍କୁ ଦେଖିବାକୁ ସୁଯୋଗ ପାଇବେ । ପୂର୍ବରୁ ନନ୍ଦନକାନନରେ ଜେବ୍ରା ରହିଥିଲା ହେଲେ ତାର ମୃତ୍ୟୁ ପରେ ଖୁଆଡ଼ ଖାଲି ପଡ଼ିଛି । ପୁଣି ଥରେ ଜେବ୍ରା ଆସିବା ପରେ ନନ୍ଦନକାନନରେ ପର୍ଯ୍ୟଟକ ଏମାନଙ୍କୁ ଦେଖି ମଜା ଉଠାଇବେ ।
