ବାଲିଯାତ୍ରା ଆଉ ୨ ଦିନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଟକ ମେୟର

ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଦୁଇ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କଟକ ମେୟର ସୁବାସ ସିଂହ ।ଡିସେମ୍ବର ୧ ତାରିଖ ପରିବର୍ତ୍ତେ ୩ ତାରିଖରେ ଶେଷ ହେବାର ସମ୍ଭାବନା ରହିଛି । ବ୍ୟବସାୟୀଙ୍କ ଦାବି ଅନୁସାରେ ପ୍ରଥମ ଦୁଇଦିନ ଆଶାନୁରୂପ ବ୍ୟବସାୟ କରିପାରି ନାହାନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପ୍ଲଟ କିଣିଥିଲେ ମଧ୍ୟ ୩ ଦିନ ମଧ୍ୟରେ ଭଲ ବ୍ୟବସାୟ ହୋଇପାରି ନାହିଁ । ଏହାସହ  ବିଭିନ୍ନ କାରଣରୁ ବ୍ୟବସାୟ ପ୍ରଭାବିତ ହୋଇଥିବାରୁ ଅବଧି ବୃଦ୍ଧି ପାଇଁ ଦାବି କରିଛନ୍ତି ବ୍ୟବସାୟୀ। ତେବେ ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀମାନଙ୍କ କାରବାରକୁ ନଜରରେ ରଖି ମେୟର ଏହାର ଅବଧି ବୃଦ୍ଧି ଲାଗି ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ