ରାଜ୍ୟ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନେବ ବିଜେଡି

ଆସନ୍ତା ୩୦ ତାରିଖରେ ସଂସଦର ଲୋକସଭା ଓ ୨ ତାରିଖରେ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ପରେ ପୁନର୍ବାର ସୀମା ପୁନନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏ ସମ୍ପର୍କରେ  କଳ୍ପନାଜଳ୍ପନା ଚାଲିଥିବା ବେଳେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ସ୍ପଷ୍ଟ ଶବ୍ଦରେ ଦଳର ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ନିର୍ଦ୍ଦିଷ୍ଟ ଭାବରେ କେଉଁ ପ୍ରସଙ୍ଗ ଆଲୋଚନା ହେବ ତାହାର ସୂଚନା ଆମକୁ ମିଳିନାହିଁ  । ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଓ ସୂଚନା ମିଳିବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ସଂସଦୀୟ ଦଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ । ବିଜେଡି ସର୍ବଦା ରାଜ୍ୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆସିଛି ଓ ଭବିଷ୍ୟତରେ ବି ଏଥିରୁ କଦାପି ବିଚୁ୍ୟତ ହେବ ନାହିଁ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।

ଅଧିକ ପଢନ୍ତୁ