ଭଦ୍ରକରେ ହଳଦିଆ-ଧଳା ରଙ୍ଗର ରଣା ସାପ ଉଦ୍ଧାର

ଭଦ୍ରକରୁ ବିରଳ ଆଲବିନୋ ରଣା ଉଦ୍ଧାର ହୋଇଛି ।ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଛୁଆଳ ସିଂହ ଅଞ୍ଚଳରୁ ଆଜି ଏକ ହଳଦିଆ ଧଳା ରଙ୍ଗର ସାପ ସ୍ଥାନୀୟ ଲୋକ ମାନେ ଧରି ଏକ ପ୍ଲାଷ୍ଟିକ ଡବାରେ ରଖି ଥିଲେ । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ କରି ଲୋକ ମାନେ ସାପଟିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଶୁଭେନ୍ଦୁ ଭଦ୍ରକ ଡିଭିଜନର ଏସିଏଫ ସୁମିତ୍ ମହାନ୍ତିଙ୍କୁ ସାପର ଫୋଟୋ ପଠେଇ ନିଜ ଷ୍ଟାଫ୍ ପଠେଇବା ପାଇଁ ଅନୁରୋଧ କରିଥିଲେ । ଏସିଏଫଙ୍କ ନିର୍ଦ୍ଦେଶରେ ସାପଟିକୁ ଭଦ୍ରକ ରେଞ୍ଜ ଅଫିସକୁ ଅଣା ଯାଇଥିଲା ।ମୁହଁରେ ଖଣ୍ଡିଆ ଥିବାରୁ ସାପର ସ୍ୱାସ୍ଥ୍ୟ ଭଲ ମନ୍ଦ ଦେଖିବା ପାଇଁ ଭଦ୍ରକ ଡିଭିଜନର ACF ସୁମିତ ମହାନ୍ତି ସ୍ନେକ ହେଲ୍ପ ଲାଇନକୁ ଅନୁରୋଧ କରିଛନ୍ତି । ଅଧିକ ଚିକିତ୍ସା ଆବଶ୍ୟକତା ଥିବାରୁ ସାପକୁ ନନ୍ଦନକାନନ ପଠେଇବା ପାଇଁ ସ୍ନେକ ହେଲ୍ପ ଲାଇନ ତରଫରୁ ପରାମର୍ଶ ଦିଆଯାଇଛି ।ଆଜି ଉକ୍ତ ବିରଳ ଆଲବିନୋ ରଣା ସାପ ନନ୍ଦନକାନନ ଆସିବ ।ସାଧାରଣ ରଣା ସାପର ରଙ୍ଗ କଳା ଏବଂ ହଳଦିଆ ହୋଇଥିବା ବେଳେ ଏହି ଆଲବିନୋ ରଣା ସାପ ଦେହରେ ମେଲାନିନ କଣିକା ଅଭାବ ହେତୁ କଳା ରଙ୍ଗ ବଦଳରେ ଧଳା ରଙ୍ଗ ହୋଇଯାଇଛି । ସାପ ଦେହରେ ହଳଦିଆ ପଟା ପଟା ଦାଗ ନିଜ ଜାଗାରେ ଥିବା ବେଳେ ସାଧାରଣ ରଣା ଦେହରେ ଥିବା କଳା ପଟା ପଟା ଦାଗ ଗୁଡ଼ିକ ଧଳା ରଙ୍ଗରେ ପରିବର୍ତ୍ତିତ ହେଇଯାଇଛି । ସେଥିପାଇଁ ଏହି ସାପ ଅତ୍ୟନ୍ତ ବିରଳ ।

ଅଧିକ ପଢନ୍ତୁ