ଭିଜିଲାନ୍ସ ଜାଲରେ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ , ୬ ଠିକଣାରେ ଏକକାଳୀନ ଚଢ଼ାଉ

ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ  । ସମ୍ବଲପୁର କାଡ଼ା ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ।ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ଚଢାଉ ।କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି ବା କାଡା ଡିଭିଜନ ସମ୍ବଲପୁରର ନିର୍ବାହୀ ଯନ୍ତ୍ରୀ ଅଛନ୍ତି ପଦ୍ମଲୋଚନ ନାୟକ । ୪ ଜଣ ଡିଏସ୍‌ପି, ୧୩ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ଏହି ରେଡ୍‌ରେ ସାମିଲ୍ ଅଛନ୍ତି ।ସମ୍ବଲପୁର ଧନୁପାଲିରେ ଥିବା ଭଡ଼ା ଘର, ଅଫିସ୍‌, କଟକ ବିଦ୍ୟାଧରପୁରରେ ଥିବା ୩ ମହଲା କୋଠା, ବାଲେଶ୍ବର ଜିଲ୍ଲା ବସ୍ତାରେ ଥିବା ଦୁଇ ମହଲା କୋଠା, କଟକ ସହରର ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ ।

ଅଧିକ ପଢନ୍ତୁ