ନାବାଳିକା ଝିଆରୀ ଘରେ ରହି ପାଠ ପଢୁଥିଲା I ମଉସା ଜବରଦସ୍ତ ବଳାହାର କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡିଂ କରୁଥିଲା। ମଉସାକୁ ସହଯୋଗ କରିବାକୁ ଝିଆରୀକୁ ବାଧ୍ୟ କରୁଥିଲା ମାଉସୀ । ପରେ ଭିଡିଓ ଭାଇରାଲ୍ କରି ବ୍ଲାକ୍ ମେଲିଂ କରିଥିଲେ। ତେବେ ଅଭିଯୋଗ ପରେ ପୋଲିସ ବୁଧବାର ଅଭିଯୁକ୍ତ ମଉସା ଜୟକୃଷ୍ଣ ନାୟକ ଓ ମାଉସୀ ଫୁଲନ୍ଧିନୀ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୂଚନା ଅନୁଯାୟୀ, ନାବାଳିକାଙ୍କ ଘର କନ୍ଧମାଳ ଜିଲାରେ ହୋଇଥିବାବେଳେ ସେ ପାଠ ପଢ଼ିବା ପାଇଁ ଆସି ଭୁବନେଶ୍ୱରସ୍ଥିତ ତାଙ୍କ ମାଉସୀଙ୍କ ଘରେ ରହୁଥିଲେ । ତେବେ ଅନେକ ସମୟରେ ମଉସା ତାଙ୍କୁ ବଳାତ୍କାର କରୁଥିଲେ । ତାଙ୍କ ମାଉସୀ ଏ ସମ୍ପର୍କରେ ଜାଣିଥିଲେ ମଧ୍ୟ ପାଠ ପଢ଼ିବା ପାଇଁ ମଉସାଙ୍କ କଥାରେ ରାଜି ହେବାକୁ ପଡ଼ିବ ବୋଲି କହି ତାଙ୍କୁ ବାଧ୍ୟ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।ମଉସା ନାବାଳିକା ଝିଆରୀ ସହ ବାରମ୍ବାର ବଳାତ୍କାର କରି ଭିଡିଓ ରେକର୍ଡିଂ କରିଥିଲା। ସେ ସବୁ ଭିଡିଓ ମଉସା ନିଜ ଫୋନ୍ ରେ ରଖିଥିଲେ। ଦୀର୍ଘଦିନ ଧରି ନିର୍ଯାତନା ସହିବା ପରେ ଶେଷରେ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲା।
