ଭୁବନେଶ୍ବରରେ ବଦଳିବ ଟ୍ରାଫିକ ପୋଷ୍ଟର ରୂପରେଖ।ଟ୍ରାଫିକ ସିଗନାଲରେ ଲାଗିବ କାଉଣ୍ଟ ଡାଉନ ଟାଇମର

ଭୁବନେଶ୍ବରରେ ବଦଳିବ ଟ୍ରାଫିକ ପୋଷ୍ଟର ରୂପରେଖ। ଟ୍ରାଫିକ ସିଗନାଲରେ ଲାଗିବ କାଉଣ୍ଟ ଡାଉନ ଟାଇମର। ଫଳରେ ଲୋକଙ୍କୁ ଟ୍ରାଫିକ ଛକରେ ବେଶି ସମୟ ଅପେକ୍ଷା କରିବାକୁ ପଡିବନି କି ଲୋକଙ୍କ ସମୟ ନଷ୍ଟ ହେବନି। ଅଧିକ ଭିଡ ଥିବା ପାର୍ଶ୍ବରୁ ଯିବା ପାଇଁ ମିଳିବ ଅଧିକ ସମୟ।ପ୍ରାଥମିକ ଭାବରେ ରାଜଧାନୀର ବିଭିନ୍ନ ଛକରେ ଥିବା ୫୦ ଟି ଟ୍ରାଫିକ ସିଗନାଲ ସିଷ୍ଟମକୁ ଅପଗ୍ରେଡ କରାଯିବ। ଆଡାପଟିଭ ଟ୍ରାଫିକ କଂଟ୍ରୋଲ ସିଷ୍ଟମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଜ୍ଞାନ କୌଶଳ ବ୍ୟବହାର କରାଯିବ।ପ୍ରମୁଖ ଛକଗୁଡ଼ିକରେ ଟ୍ରାଫିକ ପୋଷ୍ଟଗୁଡ଼ିକର ରୂପାନ୍ତର ଏବଂ LED ଡିଜିଟାଲ୍ ଡିସପ୍ଲେ ସିଷ୍ଟମ ଲଗାଯିବ। ଖାଲି ସେତିକି ନୁହେଁ ବର୍ଷା କିମ୍ବା ମେଘୁଆ ପାଗ ଯୋଗୁ ସୋଲାରରେ ଚାଲୁଥିବା ଟ୍ରାଫିକ ସିଗନାଲ ସମସ୍ୟାର ସାମାଧନ ବି ହେବ। ଏସବୁ ସ୍ଥାନମାନଙ୍କରେ ଉଭୟ ସୋଲାର ଏବଂ ଇଲେକଟ୍ରିକ ପାଓ୍ବାର ବ୍ୟାକଅପ ଟ୍ରାଫିକ ସିଷ୍ଟମ ରହିବ। ଫଳରେ ବର୍ଷା କିମ୍ବା ମେଘୁଆ ପାଗରେ ବି ସିଗନାଲ ସଠିକ ଭାବେ କାମ କରିବ।

ଅଧିକ ପଢନ୍ତୁ