ମାଛ ଧରିବା ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ଅଞ୍ଚଳରୁ ଦୁଃଖଦ ଖବର ଆସିଛି। ମହିଳା ଜଣକ ଏହି ଗାଁର ହେମଲତା ଦାସ ବୋଲି ଜଣାପଡ଼ିଛି । ହେମଲତା ସକାଳୁ ଘର ଲିପିବା ପାଇଁ ଘର ନିକଟ ଗଳିଆ ନଈକୂଳକୁ କାଦୁଅ ଆଣିବାକୁ ଯାଇଥିଲେ । ଠିକ୍ ଏହି ସମୟରେ ନଦୀ ଭିତରୁ ଏକ ବଉଳା କୁମ୍ଭୀର ବାହାରି ହେମଲତାଙ୍କୁ ଟାଣି ନେଇଥିଲା ।ଏହାଦେଖିବା ପରେ ସାଥି ମାଛ ଧରାଳିମାନେ ଡାକ ପକାଇ ଥିଲେ। ଖବରପାଇ ଘଟଣା ସ୍ଥଳରେ ଗ୍ରାମର ଲୋକମାନେ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ହେଲେ କିଛି ପତ୍ତା ମିଳିନଥିଲା।ଏକ ଘଣ୍ଟା ପରେ ଏକ କିମି ଦୂର ରାମନଗର ପୋଲ ଠାରୁ ଉଦ୍ଧାର କରାଯାଇ ନିକଟ ରାମନଗର ମେଡ଼ିକାଲକୁ ନେଇଥିଲେ। ଗୁରୁତର ଅବସ୍ଥାରେ ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅପରପକ୍ଷରେ ବନ ବିଭାଗ ପକ୍ଷରୁ ନଦୀକୁ ପ୍ରବେଶ ନ କରିବା ପାଇଁ ବାରଣ କରୁଛନ୍ତି।
