‘ମୋର ବଡ଼ ଭୁଲ୍ ହୋଇଗଲା’: ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହି ଭୁଲ ମାଗିଲେ ଛାତ୍ରୀ

ଦିଲ୍ଲୀର ଜନ୍ତର ମନ୍ତରଠାରେ ଗତ ଜୁଲାଇ ୨୩ରେ ହୋଇଥିବା ଏକ ପ୍ରତିବାଦ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଥିବା ଅଭିଯୁକ୍ତ ରୁଚିକା ସିଂହଙ୍କ ଏକ କ୍ଷମା ପ୍ରାର୍ଥନା ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରାଲ୍ ଭିଡିଓରେ ସେ ନିଜକୁ ୧୫ ବର୍ଷର ନାବାଳିକା ବୋଲି ଦାବି କରିବା ସହ ହାତ ଯୋଡ଼ି କ୍ଷମା ମାଗୁଥିବା ଦେଖାଯାଇଛି।ଭିଡିଓରେ ରୁଚିକା କହିଛନ୍ତି ଯେ, ସେ କନଟ୍ ପ୍ଲେସ୍ ବୁଲିବାକୁ ଯାଇଥିବା ବେଳେ ସାଙ୍ଗମାନଙ୍କ ସହ ପ୍ରତିବାଦ ସ୍ଥଳକୁ ଯାଇଥିଲେ । ସେଠାରେ ଉପସ୍ଥିତ ଲୋକଙ୍କ ପ୍ରଭାବରେ ଆସି ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି କଟୁ ଶବ୍ଦ ବ୍ୟବହାର କରିଥିଲେ। ଏହା ତାଙ୍କ ଜୀବନର ପ୍ରଥମ ଓ ଶେଷ ଭୁଲ୍ ବୋଲି ସ୍ୱୀକାର କରିବା ସହ ସେ ନିଜ ଉପରେ ଲଜ୍ଜିତ ବୋଲି ପ୍ରକାଶ କରିଛନ୍ତି। ସୂଚନାମୁତାବକ ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ ଆସିଥିଲେ। କିଛି ଜଣଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ ହୋଇଥିବାବେଳେ ଅନେକଙ୍କୁ ଅନଲାଇନରେ ଟାର୍ଗେଟ କରାଯାଇଥିଲା। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ଜୁଲାଇ ୩୧ ତାରିଖ ରାତିରେ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ସମସ୍ତ ପିଲାଙ୍କୁ କ୍ଷମା କରିଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘Hi Friends, ଆଜି ମନ ହେଉଛି କେବଳ ଆପଣଙ୍କ ସହିତ ହିଁ କଥା ହେବା ପାଇଁ, ଜନ୍ତର-ମନ୍ତରରେ ଯାହା କିଛି ଘଟିଲା ତାହା ଦେଶ ଏବଂ ଦୁନିଆ ଦେଖିଛି। କିଛି ଅଳସୁଆ ବା ଦୁଷ୍ଟ ପିଲା ଅଶ୍ଳୀଳ ଗାଳିଗୁଲଜ କରିଥିଲେ। ଯାହାକି କୌଣସି ସଭ୍ୟ ସମାଜ ପାଇଁ ଶୋଭାପ୍ରଦ ନୁହେଁ।

ଅଧିକ ପଢନ୍ତୁ