ରାୟଗଡ଼ (ନିପ୍ର) ୨୩/୦୫ – ରାୟଗଡ଼ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ସୌରେନ ପଣ୍ଡା ୯୪.୮ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ । କିନ୍ତୁ ସୌରେନ୯୪.୮ ପ୍ରତିଶତ ମାର୍କରେ ସନ୍ତୁଷ୍ଟ ନଥିବା ବେଳେ କିଛି ବିଷୟରେ ସେ ଉତର ଖାତାର ପୁନଃଯାଂଚ ପାଇଁ ଆବେଦନ କରିଥିବା । ପୁନଃଯାଂଚ ପରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ । ଏଥିରେ ସୌରେନ ୯୮ ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ତେବେ ସବୁଠାରୁ ବଡ କଥାହେଲା ବର୍ତମାନ ସୁଦ୍ଧା ରାୟଗଡ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇଥିବା ଯୁକ୍ତ ଦୁଇରେ କେହି ବି ୯୮ ପ୍ରତିଶତ ମାର୍କ ରଖି ପାସ ହୋଇନଥିବା ବେଳେ ଏହି ରେକର୍ଡ ସୌରେନଙ୍କ ନାମରେ ରହିଛି । ଏଥି ପୂର୍ବରୁ ଦଶମ ଶ୍ରେଣୀରେ ସୌରେନ ୯୮.୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପର ହୋଇଥିଲେ । ରାୟଗଡ଼ା ବ୍ରାହ୍ମଣ ସାହିର ବୁଦ୍ଧିଜୀବୀ ସୁନୀଲ କୁମାର ପଣ୍ଡା ଓ ସୌଦାମିନୀ ପଣ୍ଡାଙ୍କ କନିଷ୍ଠ ପୁଅ ହେଉଛନ୍ତି ସୌରେନ । ସେ ତାଙ୍କର ଅଧ୍ୟବସାୟ ଓ କଠିନ ପରିଶ୍ରମର ଫଳ ବୋଲି କହିବା ସହ ଏହାର ଶ୍ରେୟ ତାଙ୍କର ବାପା ମାଆ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି। ସୌରେନ ଭବିଷ୍ୟତରେ ଜଣେ ଭଲ ଇଞ୍ଜିନିୟର ହେବା ଲକ୍ଷ୍ୟ ରଖିଥିବା ବେଳେ ଦେଶର ସର୍ବୋଚ୍ଚ ଶିକ୍ଷାସଂସ୍ଥାନ ଆଇ ଆଇ ଟି ପାଇଁ ନିଜକୁ ପ୍ରସ୍ତୁତ ଆରମ୍ଭ କରିଥିବା କହିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ରାୟଗଡ଼ାର ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା ଓ ଶୁଭେଛୁଙ୍କ ସୁଅ ଛୁଟିଛି ।
