ରଥଯାତ୍ରା ପ୍ରସ୍ତୁତି ପାଇଁ ଆଜି ପ୍ରଥମ ସମନ୍ୱୟ ବୈଠକ

ଜୁନ୍‌ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୧୬ ତାରିଖରେ ରଥଯାତ୍ରା । ବିଶ୍ୱପ୍ରସିଦ୍ଧ ନବଦିନାଙ୍କ ରଥଯାତ୍ରାର ଏହି ଭବ୍ୟ ଉତ୍ସବ ଜୁଲାଇ ୨୭ ତାରିଖ ନୀଳାଦ୍ରି ବିଜେ ସହ ସମାପ୍ତ ହେବ । ତେବେ ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ଵୟ ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ପୁରୀ ଟାଉନ ହଲରେ ହେଉଥିବା ଏହି ବୈଠକର ଫୋକସ୍ ହେଉଛି ଆଗାମୀ ରଥଯାତ୍ରାର ସୁପରିଚାଳନା। ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଠାରୁ ଆରମ୍ଭ କରି ପାନୀୟଜଳ, ବିଦ୍ୟୁଇ,ପରିମଳ, ଗମାନଗମନ,ରଥକାଠ ଯୋଗାଣ,ରଥନିର୍ମାଣ, ପରିଵହନ ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଟ୍ରାଫିକ ସୁପରଚାଳନା,ରେଳବାଇର ବ୍ୟବସ୍ଥା ଏବଂ ବିଶେଷକରି ଗତବର୍ଷ ଦଳାଚକଟାରେ ମୃତ୍ୟୁ ଭଳି କିଭଳି ଚଳିତବର୍ଷ ଏହାର ପୁନାରବୃତି ନହେବ ସେନେଇ ବୈଠକରେ ଆଲୋଚନା ହେବ।ବୈଠକରେ ଉପସ୍ଥିତ ସେବାୟତ, ବୁଦ୍ଧିଜୀବୀମାନଙ୍କ ମତାମତ ଅନୁଯାୟୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନିମନ୍ତେ ବୈଠକରେ ଅଧିକାରୀଙ୍କୁ ଦାୟିତ୍ୱ ଦେବେ ଆର୍‌ଡିସି ।

ଅଧିକ ପଢନ୍ତୁ