CGD ନୀତି-୨୦୨୬ ପାଇଁ ବିଜ୍ଞପ୍ତି; ରାଜ୍ୟରେ ୯ ଲକ୍ଷରୁ ଅଧିକ ଘରୋଇ PNG ସଂଯୋଗ

ଓଡିଶା ସହରୀ ଗ୍ୟାସ୍‌ ବଣ୍ଟନ (CGD) ନୀତି-୨୦୨୬ ପାଇଁ ବିଜ୍ଞପ୍ତି ଜାରି ହୋଇଛି । PNG ନେଟୱର୍କ ଏବଂ ସହରୀ ଗ୍ୟାସ୍‌ ବଣ୍ଟନକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଗୃହ ନିର୍ମାଣ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।ଏହି ପ୍ରକଳ୍ପରେ ପ୍ରାୟ ୫୧୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ୯ ଲକ୍ଷ ୯ ହଜାର ୬୮୨ଟି ପରିବାରକୁ ପାଇପ ଯୋଗେ ଘରୋଇ ରନ୍ଧନ ଗ୍ୟାସ (ପିଏନଜି) ସଂଯୋଗ ହେବ । ଏହାସହିତ ୨୭୧ଟି ସିଏନଜି ଷ୍ଟେସନ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ନଗର ଉନ୍ନୟନ ବିଭାଗକୁ ନୋଡାଲ୍‌ ଏଜେନ୍ସି ନିଯୁକ୍ତ କରାଯାଇଛି । ରାଜ୍ୟରେ CGD ଭିତ୍ତିଭୂମି ବିକାଶ ପାଇଁ GAIL, GAIL Gas, BPCL, Adani Total ଓ Megha Gas ସହିତ ୫ଟି ପ୍ରମୁଖ ସଂସ୍ଥା ଦ୍ୱାରା ପ୍ରାୟ ୫,୧୦୦ କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି । ଏହା ମାଧ୍ୟମରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ନଗର ଭିତ୍ତିଭୂମି ଉନ୍ନତିକୁ ନୂତନ ଗତି ମିଳିବ ।

ଅଧିକ ପଢନ୍ତୁ