ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷା ପୂରା କମିଯିବ । କେଉଁଠି କେମିତି ଅସରାଏ ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ଅଞ୍ଚଳରେ ବର୍ଷା ଆଶଙ୍କା ନାହିଁ । ୧୨ ତାରିଖରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ହେବ । ଏହା ପ୍ରଭାବରେ ପୁଣି ବର୍ଷା ବଢ଼ିବା ସମ୍ଭାବନା ଅଛି । ଆସନ୍ତା ୩ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଜିଲ୍ଲା ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଆସନ୍ତା କାଲି ପାଇଁ ମୟୂରଭଞ୍ଜ ଓ କନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବାକି ସମସ୍ତ ଜିଲ୍ଲା ଯଥ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ପାଇଁ କୌଣସି ସତର୍କ ସୂଚନା ନାହିଁ। ଏହି ଅଞ୍ଚଳଗୁଡ଼ିକରେ ସ୍ଥିତି ସ୍ୱାଭାବିକ ରହିବ।
