ରାଜ୍ୟରେ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକ ବିବାଦ ଥମିବାର ନାଁ ନେଉନି ।ସଂଶୋଧିତ ପୁସ୍ତିକାରେ ବି ଭୁଲ

ରାଜ୍ୟରେ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକ ବିବାଦ ଥମିବାର ନାଁ ନେଉନି ।ଛପା ହେବ ନାହିଁ ନୂଆ ବହି, ସଂଶୋଧିତ ପୁସ୍ତିକା ସାହାଯ୍ୟରେ ପାଠ ପଢିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଥିବାବେଳେ ସଂଶୋଧିତ ପୁସ୍ତିକା ଉପରେ ଉଠିଲାଣି ପ୍ରଶ୍ନ । ସଂଶୋଧିତ ପୁସ୍ତିକାରେ ବି ଅନେକ ତୃଟି ଥିବା ଅଭିଯୋଗ ହୋଇଛି । ଅଷ୍ଟମ ଶ୍ରେଣୀର ଗଣିତ ବହିର ସଂଶୋଧିତ ପୁସ୍ତିକାରେ ଭୂଲ ଥିବା କହିଛନ୍ତି ବିଶେଷଜ୍ଞ । ତରବରିଆ ଭାବେ ସଂଶୋଧନ କରାଯାଇଥିବାରୁ ସେହି ପୁସ୍ତିକାରେ ମଧ୍ୟ ଅନେକ ଭୁଲ୍ ରହିଥିବା ଅଭିଯୋଗ କରିଛନ୍ତି ଶିକ୍ଷାବିତ । ଏପରି ବାରମ୍ବାର ତ୍ରୁଟି ପାଇଁ ଅନଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ବହି ଲେଖା ଓ ସମ୍ପାଦନାକୁ ଦାୟୀ କରାଯାଇଛି । ସରକାରୀ ବିଦ୍ୟାଳୟ ପାଇଁ ପ୍ରସ୍ତୁତ ପାଠ୍ୟପୁସ୍ତକ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କ ଦ୍ୱାରା ଲେଖାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି । କେବଳ ସଂଶୋଧନ ପୁସ୍ତିକା ଦେଇ ଦାୟିତ୍ୱ ସାରିଦେବା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂଆ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଦାବି କରିଛି । ସେହିପରି ବହି ଲେଖା ଓ ସମ୍ପାଦନା ସହ ଜଡ଼ିତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ଜୋର ଧରିଛି ।

ଅଧିକ ପଢନ୍ତୁ