ସଲମାନ ଖାନଙ୍କ ପରେ, ଆମିର ଖାନ ଏବେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ପରିଣତ ହୋଇଛନ୍ତି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଆରଜୁ ବିଷ୍ନୋଇ ଏବଂ ଟାଇସନ ବିଷ୍ନୋଇ ସୋସିଆଲ ମିଡିଆରେ ଆମିର ଖାନଙ୍କୁ ଧମକ ଦେଇ ପୋଷ୍ଟ ଏବଂ ଅଡିଓ ମେସେଜ ପଠାଇଛନ୍ତି।ଆମିର ଖାନଙ୍କୁ ମିଳିଥିବା ଧମକରେ ଲେଖାଯାଇଛି, “ଜୟ ଶ୍ରୀ ରାମ, ଜୟ ସୀତା ରାମ। ମୁଁ ଆରଜୁ ବିଷ୍ଣୋଇ ଏବଂ ଟାୟସନ ବିଷ୍ଣୋଇ (ଲରେନ୍ସ ବିଷ୍ଣୋଇ ଗ୍ରୁପ) ଜଣାଉଛୁ ଯେ, ଆମ ସଂସ୍କୃତି ବିରୋଧରେ ଆମ ଦେଶରେ ଲଭ୍ ଜିହାଦ ନାମରେ ଆମିର ଖାନଙ୍କ ଭଳି ଲୋକ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି। ଆମେ ଏହାକୁ ବରଦାସ୍ତ କରିବୁ ନାହିଁ ଏବଂ ଏହାର ଜବାବ ବହୁତ ଶୀଘ୍ର ୁ ଦିଆଯିବ। ଏହି ଜିନିଷ ଆମ ସନାତନ ଧର୍ମ ଏବଂ ଦେଶ ବିରୋଧରେ ଅଟେ।”ଚଳିତ ମାସର ଆରମ୍ଭରେ, ଆମିର ଖାନ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କ ସହିତ ଘରେ ଏକ ପଞ୍ଜିକୃତ ବିବାହ କରିଥିଲେ। ଏହି ତୃତୀୟ ବିବାହ ଯଥେଷ୍ଟ ବିବାଦ ସୃଷ୍ଟି କରିଛି। ଅନେକ ହିନ୍ଦୁ ସଂଗଠନ ଆମିର ଖାନଙ୍କ ବିବାହକୁ ଲଭ୍ ଜିହାଦ ବୋଲି କହିଛନ୍ତି ଏବଂ ଅଭିନେତାଙ୍କ ବିରୋଧରେ ଫତୱା ଜାରି କରାଯାଇଛି। ଏସବୁ ମଧ୍ୟରେ, ଆମିର ଖାନ ଏକ ସାକ୍ଷାତକାରରେ ତାଙ୍କ ବିବାହକୁ ନେଇ ହୋଇଥିବା ହଙ୍ଗାମାର ଜବାବ ଦେଇ କହିଛନ୍ତି, ଯେ ତାଙ୍କ ପତ୍ନୀ ଗୌରୀ ଖ୍ରୀଷ୍ଟିଆନ ଧର୍ମର। ସେ ହିନ୍ଦୁ ନୁହଁନ୍ତି। ସେ ଧର୍ମ ପରିବର୍ତ୍ତନ କରି ନାହାନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଝିଅ ଏବଂ ଭଉଣୀମାନେ ମଧ୍ୟ ହିନ୍ଦୁଙ୍କ ସହିତ ବିବାହ କରିଛନ୍ତି। ଅଭିନେତା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଦୁଇ ପୂର୍ବତନ ପତ୍ନୀ, ରୀନା ଦତ୍ତା ଏବଂ କିରଣ ରାଓ ମଧ୍ୟ ଇସଲାମ ଧର୍ମ ଗ୍ରହଣ କରିନାହାନ୍ତି।
