ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।ସେ ନୌସେନା ଅଭିଯାନ “ପ୍ରୋଜେକ୍ଟ ଫ୍ରିଡମ୍”କୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାର ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ, ଇରାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟ ଜାହାଜ ପାଇଁ ସୁରକ୍ଷିତ ପଥ ପୁନଃସ୍ଥାପିତ କରିବା ପାଇଁ ଟ୍ରମ୍ପ ପ୍ରଶାସନ “ପ୍ରୋଜେକ୍ଟ ଫ୍ରିଡମ୍” ଆରମ୍ଭ କରିଥିଲା । ଯାହାର ଲକ୍ଷ୍ୟ ଥିଲା ହରମୁଜ୍ ପ୍ରଣାଳୀ ଦେଇ ଅନ୍ତର୍ଜାତୀୟ ବାଣିଜ୍ୟ ଜାହାଜଗୁଡ଼ିକର ସୁରକ୍ଷିତ ପଥ ସୁନିଶ୍ଚିତ କରିବା । କିନ୍ତୁ ଆମେରିକା ଏହାକୁ ଅସ୍ଥାୟୀ ଭାବରେ ବନ୍ଦ କରିଛି।
