ହୀରାକୁଦ ଡ୍ୟାମର ୬ ଗେଟ୍ ବନ୍ଦ: ଏବେ ଖୋଲା ରହିଛି କେବଳ ୨ଟି ଗେଟ୍

ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ସହ ହୀରାକୁଦ ଡ୍ୟାମକୁ ଆସୁଥିବା ଜଳପ୍ରବାହରେ ହ୍ରାସ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି । ପୂର୍ବରୁ ଏକାଧିକ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍ ବନ୍ଦ କରାଯାଇଛି । ଏବେ କେବଳ ୨ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି । ଡ୍ୟାମର ବର୍ତ୍ତମାନ ଜଳସ୍ତର ୬୧୧.୩୩ ଫୁଟ୍ ରହିଛି । ଜଳପ୍ରବାହ ଓ ଜଳସ୍ତରକୁ ଲଗାତାର ନଜରରେ ରଖାଯାଉଛି । ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ଗେଟ୍ ଖୋଲିବା କିମ୍ବା ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯିବ ।

ଅଧିକ ପଢନ୍ତୁ