୧୦ ରାଜ୍ୟରେ ୨୪ଟି ରାଜ୍ୟସଭା ଆସନରେ ନିର୍ବାଚନ ତାରିଖ ଘୋଷଣା

୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ କମିଶନ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ୨୦୨୬ ଜୁନ୍ ୧୮ ତାରିଖରେ ଅନୁଷ୍ଠିତ ହେବ। ୮ ଜୁନ୍ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ ଏବଂ ୯ ଜୁନରେ ଯାଞ୍ଚ ଆରମ୍ଭ ହେବ । ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଜୁନ୍ ୧୮ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ସନ୍ଧ୍ୟାରେ ଭୋଟ୍ ଗଣନା କରାଯିବ । ଜୁନ୍ ୨୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବ ।ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, କର୍ଣ୍ଣାଟକ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ଅନ୍ତର୍ଭୁକ୍ତ। ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଏବଂ କର୍ଣ୍ଣାଟକରେ ସର୍ବାଧିକ ୪ଟି ଆସନରେ ନିର୍ବାଚନ ହେବ।ଜୁନ୍-ଜୁଲାଇ ୨୦୨୬ରେ ଅବସର ନେଉଥିବା ୨୪ ରାଜ୍ୟସଭା ସଦସ୍ୟଙ୍କ ଆସନ ପୂରଣ ପାଇଁ ଭାରତର ନିର୍ବାଚନ କମିଶନ ଦ୍ୱିବାର୍ଷିକ ନିର୍ବାଚନ ଘୋଷଣା କରିଛନ୍ତି । ୧୦ଟି ରାଜ୍ୟରୁ ନିର୍ବାଚିତ ୨୪ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ୍-ଜୁଲାଇ ୨୦୨୬ରେ ଶେଷ ହେବାକୁ ଯାଉଛି।

ଅଧିକ ପଢନ୍ତୁ