ୱାଟର ମେସିନ ଅଚଳ, ପିଇବାକୁ ମିଳୁନି ଲୋକଙ୍କୁ ପାଣି, ଶୋଷରେ ଲୋକେ ଡହଳ ବିକଳ। ଖରାଦିନ ୪୨°ତାପମାତ୍ରାରେ ଲୋକେ ସିଝୁ ଥିବା ବେଳେ ଅସହ୍ୟ ଗରମରେ କଲବଳ ହେଇ ଶୋଷ ମେଂଟେଇବା ପାଇଁ ଜଳପାନ କରିଥାଆନ୍ତି। କିନ୍ତୁ ରାୟଗଡା ପୌରପାଳିକା ପକ୍ଷରୁ ସହର ର କେତେକ ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଲୋକଙ୍କ ସୁବିଧା ପାଇଁ ସ୍ଥାପନ କରାଯାଇଛି ୱାଟର ମେସିନ, ହେଲେ ଅଧିକାଂଶ ସ୍ଥାନରେ ଏହି ସ୍ଥାପନ କରାଯାଇଥିବା ୱାଟର ମେସିନ ବା ଏହାର ସୁଇଚ ଖୋଲିଲେ ନିର୍ଗତ ହୋଇଥାଏ ଥଣ୍ଡା ପାନୀୟ ଜଳ।ଆଉ ଏଥିରୁ ବାହାରୁ ଥିବା ଥଣ୍ଡା ପାଣି ପିଇ ଲୋକେ ଲୋକେ ଶୋଷ ମେଣ୍ଟେଇ ଥାଆନ୍ତି। କିନ୍ତୁ ସହରର ଅଧିକାଂଶ ସ୍ଥାନରେ ସ୍ଥାପିତ ଉକ୍ତ ମେସିନ ଗୁଡିକରୁ ପାନୀୟ ଜଳ ନିର୍ଗତ ହେଉନଥିବାରୁ ଲୋକେ ଶେଷରେ ନିରାଶ ହୋଇ ନିକଟ କୌଣସି ଏକ ଦୋକାନରୁ ମାତ୍ର ୨୦ ବା ୩୦ ଟଙ୍କା ବ୍ୟୟ କରି ଥଣ୍ଡା ପାଣି କିଣି ତୃଷା ନିବାରଣ କରିଥାନ୍ତି। ଉଦାହରଣ ସ୍ୱରୂପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ୱାଟର ମେସିନଟି ଅଚଳ ହୋଇପଡ଼ିଥିବାରୁ ଏଥିରୁ ପାଣି ବାହାରୁ ନଥିବାରୁ ଲୋକେ ନିରାଶ। ଖବର ନେବାରେ ଜଣା ପଡିଛି ଯେ ସହରରେ ସ୍ଥାପନ କରାଯାଇଥିବା ଅଧିକାଂଶ ୱାଟର ମେସିନ ଅଚଳ ଅବସ୍ଥାରେ ରହିଥିବାରୁ ଦୂର ଦୁରାନ୍ତରୁ କୌଣସି ସରକାରୀ ବା ବ୍ୟବସାୟିକ କାର୍ଯ୍ୟରେ ଆସୁଥିବା ଲୋକେ ଖରାଦିନେ ପ୍ରବଳ ଶୋଷ ଅନୁଭବ କରିଥାନ୍ତି ଆଉ ଲୋକେ ପାଣି ଖୋଜିଥାଆନ୍ତି ପିଇବା ପାଇଁ ତୃଷା ନିବାରଣ କରିବା ପାଇଁ। ହେଲେ ସହରର କେତେକ ସ୍ଥାନରେ ସ୍ଥାପିତ ଉକ୍ତ ୱାଟର ମେସିନ ଗୁଡିକ ଅଚଳ ହେଇ ପଡିଥିବାରୁ ସେଥିରୁ ପାଣି ମିଳିନଥାଏ, ଶେଷରେ ଲୋକେ ନିରାଶ ହୋଇ ନିକଟସ୍ଥ କୌଣସି ଦୋକାନରୁ ପାଣି କିଣି ଶୋଷ ମେଣ୍ଟେଉ ଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପକ୍ଷେ ଏ ବିଷୟରେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଏଣୁ ଲୋକେ ପିଇବା ପାଇଁ ଅଚଳ ୱାଟର ମେସିନରୁ ପାଣି ନପାଇ ପାରି ପାଣି କିଣି ଖର୍ଚ୍ଚାନ୍ତ ହେଉଥିବା କହିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଉ କେତେକ ସରକାରୀ କାର୍ଯ୍ୟାଳୟ ସମେତ ରାଜ୍ୟ ପରିବହନ କାର୍ଯ୍ୟାଳୟ ମଧ୍ୟ ରହିଛି। ଏଣୁ ଆଖପାଖ ଗ୍ରାମରୁ ବିଭିନ୍ନ କାର୍ଯ୍ୟ ନେଇ ଲୋକେ ଆସିଥାଆନ୍ତି ସହରକୁ। ସମ୍ପ୍ରତି ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଉ ଅସହ୍ୟ ଖରା ତାତିରେ ଲୋକେ ପ୍ରବଳ ଶୋଷ ଅନୁଭବ କରି ପାଣି ମୁନ୍ଦିଏ ପିଇବା ପାଇଁ ୱାଟର ମେସିନ ନିକଟକୁ ଥଣ୍ଡା ପାଣି ପିଇବା ଆଶା ନେଇ ଯାଇଥାନ୍ତି। ହେଲେ ଅଚଳ ପଡ଼ିଥିବା ଉକ୍ତ ମେସିନ ଗୁଡିକରୁ ପାନୀୟ ଜଳ ନିର୍ଗତ ହେଉ ନଥିବାରୁ ଲୋକେ ନିରାଶ ହେଇଥାନ୍ତି। ସେମାନେ ଅନ୍ନୋନ୍ୟ ପାୟ ହୋଇ ପାଣି କିଣିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଅନ୍ୟପକ୍ଷେ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ଏବିଷୟରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ପୌରପାଳିକା ପକ୍ଷରୁ ୱାଟର ମେସିନ ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି କାରଣରୁ ସଚେତନ ନାଗରିକ ଗଣ ତୁରନ୍ତ ଏହି ୱାଟର ମେସିନ ଗୁଡିକୁ ସଜାଡ଼ିବା ପାଇଁ ଦାବୀ କରିଛନ୍ତି। ଖରାଦିନେ ସମ୍ପୃକ୍ତ ଅଧିକାରୀଙ୍କ ଏଥିପ୍ରତି ଦୃଷ୍ଟି ନଦେବା ବିସ୍ମୟ ସୃଷ୍ଟି କରିଛି। ଏଣୁ ଲୋକଙ୍କ ସୁବିଧା ପାଇଁ ଯଥାଶୀଘ୍ର ଉକ୍ତ ମେସିନ ଗୁଡିକର ମରାମତି କରିବା ସକାଶେ ଦାବୀ କରିଛନ୍ତି ସଚେତନ ନାଗରିକ ଗଣ। ଏପଟେ ଅନେକ ସ୍ଥାନରେ ରହିଥିବା ଜଳଛତ୍ରରେ ରଖାଯାଇଥିବା ପାଣି ମାଠିଆ ଖାଲି ପଡ଼ିଥିବା ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି। ଲୋକେ ଶୋଷରେ ଆଉଟୁପାଉଟୁ ହେଉଥିବା ଦୁଃଖ ଆଉ ପରିତାପର ବିଷୟ ବୋଲି ରାୟଗଡା ବିଧାୟକ କହିଛନ୍ତି, ତେଣୁ ଏସବୁର ଶୀଘ୍ର ମରାମତି କରାଗଲେ ଲୋକେ ଉପକୃତ ହେବେ ବୋଲି କହିଛନ୍ତି ଆପଲାସ୍ଵାମୀ କାଡ୍ରାକା।
