ଅଢେଇ ବର୍ଷର ଶିଶୁ ପୁତ୍ରକୁ ୫ ହଜାର ଟଙ୍କାରେ ବିକି ଦେଲା ବାପା

ପେଟର ଭୋକ ପାଇଁ ବାପା ବିକିଦେଲା ପୁଅକୁ । ୫ହଜାର ଟଙ୍କାରେ ମା ଛେଉଣ୍ଡ ଅଢେଇ ବର୍ଷର ପୁଅକୁ ବାପ ବିକିଦେଇଥିଲା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ ସୁକାନ୍ତ ସିଂ ନାମକ ୩୫ ଯୁବକ ଗତ ତିନି ବର୍ଷ ଧରି ରହି ଆସୁଛନ୍ତି । ତାଙ୍କର ୬ ଜଣ ପିଲା ଅଛନ୍ତି । ସୁକାନ୍ତ ସିଂଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଦୁର୍ଗା ଦେବୀ ଅଞ୍ଚଳର। ୬ ଜଣ ପିଲାଙ୍କ ମଧ୍ୟରୁ ନିଜ ଅଢେଇ ବର୍ଷର ସାନ ଶିଶୁପୁତ୍ରକୁ ପାଞ୍ଚ ହଜାର ଟଙ୍କାରେ ସେ ବିକ୍ରି କରିଛନ୍ତି ।ସୁକାନ୍ତଙ୍କ ସାନପୁଅ ବୟସ ମାତ୍ର ଅଢେଇ ବର୍ଷ ଭଲରେ କଥା କହିବ ଜାଣିନଥିବା ବେଳେ ମାର ପଣତ କାନି ସାତ ସପନ ପାଲଟିଥିଲା ।

କିଛି ଦିନ ତଳେ ସୁକାନ୍ତଙ୍କ ମାଆ ଆରପାରିକୁ ଚାଲିଯାଇଥିଲେ । ସୁକାନ୍ତ ଙ୍କ ସ୍ତ୍ରୀ ଆଗରୁ ଆରପାରିକୁ ଚାଲିଯାଇଥିଲେ । ଆଉ ଏବେ ମା ଆରପାରିକୁ ଚାଲିଗଲା ପରେ ବେସାହାରା ହୋଇଗଲେ ସୁକାନ୍ତ । ଏହି ସମୟରେ ଜଣେ ଦଲାଲଙ୍କ କଥାରେ ପଡି ସୁକାନ୍ତ ନିଜ ପୁଅକୁ ବିକିଦେଇଥିବା ଅଭିଯୋଗ ହୋଇଛି । ଏନେଇ ନିଆଳି ଅଞ୍ଚଳବାସୀ ତୁରନ୍ତ ସମ୍ପୃତ ପିଲା ଦଲାଲଙ୍କୁ ଗିରଫ କରିବା ସହିତ ପିଲାକୁ ଖୋଜି ଆଣିବାକୁ ସ୍ଥାନୀୟ ପୋଲିସକୁ ନିବେଦନ କରିଛନ୍ତି ।

ଅଧିକ ପଢନ୍ତୁ