ପ୍ରକାଶ ପାଇଛି ଭାରତର ୩୩୪ ବିଲିୟନେୟାରଙ୍କ ତାଲିକା ।ଗୌତମ ଆଦାନୀ ଶୀର୍ଷରେ

ପ୍ରକାଶ ପାଇଛି ଭାରତର ୩୩୪ ବିଲିୟନେୟାରଙ୍କ ତାଲିକା । ଯେଉଁଥିରେ ପୁଣିଥରେ ବାଜି ମାରିଛନ୍ତି ଶିଳ୍ପପତି ଗୌତମ ଆଦାନୀ ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକ ମୁକେଶ ଅମ୍ବାନୀ । । ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଧନୀ ତାଲିକା ୨୦୨୪ ରିପୋର୍ଟରେ ଏହା କୁହାଯାଇଛି।

ତାଲିକା ଅନୁସାରେ, ଆଦାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧ ଲକ୍ଷ ୬୦ ହଜାର କୋଟି ଟଙ୍କା। ୨ୟ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦ ଲକ୍ଷ ୧୪ ହଜାର ୭୦୦ କୋଟି ରହିଛି। ହୁରୁନ ଇଣ୍ଡିଆର ପ୍ରତିଷ୍ଠାତା ତଥା ମୁଖ୍ୟ ଗବେଷକ ଅନସ ରହମନ ଜୁନୈଦ କହିଛନ୍ତି, ଭାରତ ଏସିଆର ଧନୀ ସୃଷ୍ଟିକାରୀ ମେସିନ ପାଲଟିଛି। ସେହିପରି ଧନୀ ତାଲିକାର ୩ୟ ସ୍ଥାନରେ ରହିଛନ୍ତି ଏଚସିଏଲ ଟେକ୍ନୋଲୋଜି ମୁଖ୍ୟ ଶିବ ନାଦାର ଏବଂ ପରିବାର, ଯାହାଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ୩ ଲକ୍ଷ ୧୪ ହଜାର କୋଟି। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପ୍ରତିଷ୍ଠାତା ସାଇରସ ପୁନାଓ୍ବାଲା(୨ଲକ୍ଷ ୮୯ ହଜାର ୮୦୦ କୋଟି) ୪ର୍ଥ ସ୍ଥାନରେ ଥିବାବେଳେ ସନ୍‌ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିଜର ମାଲିକ ଦିଲିପ ସାଂଘଭୀ(୨ ଲକ୍ଷ ୪୯ ହଜାର ୯୦୦ କୋଟି) ୫ମ ସ୍ଥାନରେ ଅଛନ୍ତି।ବର୍ତ୍ତମାନ ଏହି ତାଲିକାରେ ୧.୫୦୦ରୁ ଅଧିକ ବ୍ୟକ୍ତି ବିଶେଷଙ୍କର ମୋଟ ସମ୍ପତ୍ତି ₹ ୧,୦୦୦ କୋଟି କିମ୍ବା ଅଧିକ ।

ସାତ ବର୍ଷ ପୂର୍ବେ ଏହା ୧୫୦% ବୃଦ୍ଧିକୁ ପ୍ରତିପାଦିତ କରିବ । ହୁରୁନ୍ ଇଣ୍ଡିଆ ସମୁଦାୟ ୧,୫୩୯ ଅଲ୍ଟ୍ରା-ଧନୀ ବ୍ୟକ୍ତିଙ୍କୁ ଚିହ୍ନଟ କରିଛି, ଯାହା ଗତ ବର୍ଷ ତୁଳନାରେ ୨୨୦ର ମହତ୍ତ୍ୱପୂର୍ଣ୍ଣ ବୃଦ୍ଧି ଦେଖାଦେଇଛି । ତେବେ ଚଳିତ ଥର ଧନୀ ତାଲିକାରେ ସର୍ବକନିଷ୍ଠ କୋଟିପତି ଭାବେ ୨୧ ବର୍ଷୀୟ କୈବଲ୍ୟ ଭୋରା ଏବଂ ୨୨ ବର୍ଷୀୟ ଆଦିତ୍‌ ପାଲିଚା ସ୍ଥାନ ପାଇଛନ୍ତି। ଉଭୟେ କୁଇକ୍‌ କମର୍ସ ଷ୍ଟାର୍ଟଅପ୍‌ ଜେପ୍‌ଟୋର ସହ ପ୍ରତିଷ୍ଠାତା। ଏହାବ୍ୟତୀତ ପଥମ ଥର ଲାଗି ବଲିଉଡ୍ ଅଭିନେତା ଶାହରୁଖ ଖାନ ଏହି ତାଲିକାରେ ସାମିଲ ହୋଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital