ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଆଜି ଏନେଇ ବିଧାନସଭାରେ ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ବ୍ୟକ୍ତିଙ୍କୁ ମିଳିବ ନୂଆ ରାସନ୍ କାର୍ଡ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନୂଆକରି ରାସନ୍ କାର୍ଡ ପାଇବାକୁ ୧୦ ଲକ୍ଷ ଲୋକ ଆବେଦନ କଲେଣି । ସେମାନଙ୍କୁ ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ୍ କାର୍ଡ ଯୋଗାଇ ଦିଆଯିବ । ତେବେ ଏବେ ବି ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି ବୋଲି ବିଧାନସଭାରେ କହିଛନ୍ତି