ଚିକିଟି ମଦମୃତ୍ୟୁର ତଦନ୍ତ ପାଇଁ ନିର୍ଦେଶ

ଚିକିଟି ମଦ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଘଟଣାର ତଦନ୍ତ କରିବେ କୋର୍ଟ ଅଫ ରେଭିନ୍ୟୁର ସଦସ୍ୟ । । ୨ ମାସ ଭିତରେ ତଦନ୍ତ ସାରିବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି।। ମଦମୃତ୍ୟୁର କାରଣ ଓ କେଉଁମାନେ ଦାୟୀ ରହିବେ ସେ ସଂକ୍ରାନ୍ତରେ ତଦନ୍ତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଅବକାରୀ ବିଭାଗ ଅଧିକାରୀ କିମ୍ବା ପୁଲିସ ଦାୟୀ ରହିଥିଲେ ସେମାନଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ବିଷାକ୍ତ ମଦ ପିଇ ଅଗଷ୍ଟ ୧୯ରୁ ୨୧ ତାରିଖ ମଧ୍ୟରେ ଚିକିଟିରେ ପ୍ରାଣ ହରାଇଥିଲେ ୫ ଜଣ । ଏହି ଘଟଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ରୋକିବାକୁ ଚଢ଼ାଉ କରାଯାଇଛି । ଏବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଅଧିକ ପଢନ୍ତୁ