ରାଜ୍ୟ ବିଧାନସଭା ଶୀତାକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ବୈଠକ ଆରମ୍ଭରେ ଚାଲିଥିବା ପ୍ରଶ୍ନକାଳରେ ଏକ ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ । ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଛନ୍ତି କି, ରାଜ୍ୟର ୫୮ଟି ସବ୍ ଡିଭିଜନରେ ହେବ ଶୀତଳଭଣ୍ଡାର । ପିପିପି ମୋଡ୍ରେ ଏହି ଶୀତଳଭଣ୍ଡାର ନିର୍ମାଣ କରାଯିବ । ଯଦି ଆଉ ଅଧିକ ଶୀତଳଭଣ୍ଡାରର ଆବଶ୍ୟକତା ହୁଏ ତେବେ ପିପିପି ମୋଡ୍ରେ ହାଇବ୍ରିଡ କୋଲ୍ଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି କୃଷିମନ୍ତ୍ରୀ ।