ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ । ରତ୍ନଭଣ୍ଡାରର କାନ୍ଥରୁ ଚୂନ ଛଡାଯିବ କାର୍ଯ୍ୟ ଶେଷ ହୋଇଛି । ବୈଜ୍ଞାନିକ ପଦ୍ଧତିରେ କେମିକାଲ ଟ୍ରିଟମେଣ୍ଟ କରାଯିବ । ପ୍ରଥମେ ଭର୍ଟିକାଲ କ୍ରାକ୍ସ ବା କାନ୍ଥ ମରାମତି କାର୍ଯ୍ୟ ହେବ। ଚଟାଣରେ ରହିଥିବା ଫାଟ ଓ ମୂଷା ଗାତ ମରାମତି କାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି.ଗଡ଼ନାୟକ। ମହାପ୍ରଭୁଙ୍କର ନୀତିକାନ୍ତିକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯାଉଛି |କଞ୍ଜରଭେସନ ଓ ପଏଣ୍ଟିଂ କାମ ସରିବା ପରେ ତ୍ୱରାନ୍ୱିତ ହେବ ଅନ୍ୟାନ୍ୟ ମରାମତି କାର୍ଯ୍ୟ ।