ମଡେଲ ଡିଗ୍ରୀ କଲେଜରେ ଜାତୀୟ ଯୁବ ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ବାମୀ ବିବେକାନନ୍ଦଙ୍କର ଜନ୍ମ ବାର୍ଷିକୀ ପାଳନ ଅବସରରେ ଜାତୀୟ ଯୁବ ଦିବସ ମଡେଲ ଡିଗ୍ରୀ କଲେଜଠାରେ ଯୁବ ରେଡକ୍ରସ୍ ତରଫରୁ ଅନୁଷ୍ଠିତ ହୋଇଯାଇଅଛି।ଏହି ଉତ୍ସବରେ ସ୍ବାଗତ ଭାଷଣ ଦେଇ ଯୁବ ରେଡକ୍ରସ୍ ଅଧିକାରୀ ଡକ୍ଟର ଜୟରାମ ସିଂ ସାମଲ ମଞ୍ଚାସୀନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିବେକାନନ୍ଦଙ୍କର କାର୍ଯ୍ୟାବଳୀ ଓ ନେତୃତ୍ବ ବିଷୟରେ ସୂଚନା ଦେଇଥିଲେ। ସଭାରେ ସଭାପତିତ୍ବ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଯୁବପୀଢ଼ିଙ୍କୁ ଦେଶର ପ୍ରଗତି ନିମନ୍ତେ ନିଜର ଶକ୍ତି ବିନିଯୋଗ କରିବା ନିମନ୍ତେ ଆହ୍ବାନ ଦେଇଥିଲେ।

ମୁଖ୍ୟବକ୍ତା ଅଧ୍ୟାପିକା ଦିପିକା ରାଣୀ ତୁରୁକ୍ ଏକ ସାରଗର୍ଭକ ଆଲୋଚନା କ୍ରମରେ ବିବେକାନନ୍ଦଙ୍କର ଜୀବନୀ ଉପରେ ଆଲୋକପାତ କରିବା ସହିତ ସହୀଦ ଭଗତ ସିଂହ, ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫ୍ ଜାଇଙ୍କ ଆଦର୍ଶରେ ପରିଚାଳିତ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ। ସଭାଶେଷରେ ଯୁବ ରେଡକ୍ରସ୍ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ଶତାଧିକ ଛାତ୍ରଛାତ୍ରୀ ଓ ରେଡକ୍ରସ୍ ସ୍ବେଚ୍ଛାସେବୀଙ୍କ ସହ ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ସୁନୀଲ କୁମାର ମଲ୍ଲିକ, ରୀତିଶ୍ରୀ ମଲ୍ଲିକ, ପ୍ରଜ୍ଞାନ୍ସ ରଞ୍ଜନ ସାହୁ, ମଧୁସ୍ମିତା ମହାପାତ୍ର, ରତ୍ନଭୂଷଣ ପାଢ଼ୀ, ପୁଷ୍ପଲତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

Odisha Darpan Digital