ପ୍ରେମିକାଙ୍କୁ ବାହାହେବାକୁ ଜିଦ୍‌ ଧରି ବାପାଙ୍କ ଜୀବନ ନେଲା ପୁଅ

କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ୍‌ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହରୁ ପୁଅର କାଠଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ସୂଚନାମୁତାବଳକ ବିକାଶ ଜଣେ ଝିଅକୁ ଭଲ ପାଉଥିଲେ। ତାଙ୍କୁ ବିବାହ କରିବାକୁ ଘରେ ଜିଦ୍‌ କରୁଥିଲେ। ମାତ୍ର ଘରେ ବିକାଶଙ୍କ ଜଣେ ଭଉଣୀ ଓ ଭାଇ ରହିଥିବାରୁ ଘରଲୋକ ତାଙ୍କୁ କାମଧନ୍ଦା କରି ନିଜ ଗୋଡ଼ରେ ଛିଡ଼ା ହେବାକୁ କହୁଥିଲେ। ଏହି ଘଟଣାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା।

ରବିବାର ଅନୁରୂପ ବିକାଶ ବିବାହ କରିବାକୁ ଜିଦ୍‌ କରିଥିଲେ। ଫଳରେ ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବିକାଶ ଉତ୍ତ୍ୟକ୍ତ ହୋଇବାପାଙ୍କ ମୁଣ୍ଡକୁ ଏକ କାଠଫାଳିଆରେ ପିଟି ଦେଇଥିଲେ। ଫଳରେ ଅଜୟ ଗୁରୁତର ହୋଇପଡ଼ିଥିଲେ। ତେବେ ବାପା ଅଜୟ ସେଠୀଙ୍କୁ ତାଙ୍କ ପୁଅ ଆକ୍ରମଣ କରିବା ପରେ ପରିବାର ଲୋକେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଯୋଡ଼ା ପୋଲିସ୍ ଘଟଣାର କରି ଛାନ୍ ଭିନ୍ ଆରମ୍ଭ କରିଛି । ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅ ବିକାଶ ସେଠୀକୁ ଗିରଫ କରି ଅଧିକ ପଚରାଉଚରା କରୁଛି ପୋଲିସ ।

ଅଧିକ ପଢନ୍ତୁ